STORYMIRROR

Srinibas Mahalik

Inspirational

0.3  

Srinibas Mahalik

Inspirational

ଆତ୍ମହତ୍ୟା

ଆତ୍ମହତ୍ୟା

1 min
13.8K


ପ୍ରେମ କରି ତୁମେ ଧୋକା ଖାଅ ପଛେ

କିମ୍ବା ହୁଅ ବିଫଳତା

ନିଜ ଜୀବନକୁ ତୁଚ୍ଛ ଭାବି କେବେ

କରନାହିଁ ଆତ୍ମହତ୍ୟା ।।

ତୁମେ ମଲାପରେ ତୁମ ପ୍ରେମିକାକୁ

ମିଳିପାରେ ସାଥିଟିଏ

ହେଲେ ତୁମ ମା' ପାଇବେନି ଆଉ

ତୁମ ଭଳି ପୁଅଟିଏ ।।

ତୁମର ଶରୀର ତୁମର ନୁହଁ ହେ

ବାପାମା'ଙ୍କ ଅବଦାନ

ସେଥିପାଇଁ ତାକୁ ଏଭଳି ରାସ୍ତାରେ

କରନାହିଁ ମୂଲ୍ୟହୀନ ।।

ଆତ୍ମହତ୍ୟା ଅର୍ଥ ମୂର୍ଖାମୀ କରିବା

ନୁହେଁ ତାହା ସମାଧାନ

ଉଚିତ୍ ନିଷ୍ପତି ନିଅ ସବୁବେଳେ

ଦୃଢ କରି ନିଜ ମନ ।।



ବିଜୟନଗର, ଗଣିଆ, ନୟାଗଡ଼


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational