STORYMIRROR

Goutam Mohanty

Inspirational

3  

Goutam Mohanty

Inspirational

#ଆତ୍ମଗ୍ଲାନି--------------🍂-

#ଆତ୍ମଗ୍ଲାନି--------------🍂-

1 min
217



ଶୈଶବ ହସ୍ତରେ ଥିଲା ଖେଳଣା

ସାଙ୍ଗ ସାଥୀ ଥିଲେ ସବୁ ଆପଣା

ଯୌବନର କ୍ଷଣେ ପ୍ରେମର ନିଶା

ନିଦ ନ'ଥିଲା ଆଖିରେ ବିନା ପ୍ରେମିକା ।


ଓଷ୍ଠେ ସିଗାରେଟ ହାତେ ସୁରା

ସାଙ୍ଗରେ ସାକିଟିଏ ନ'ଥାଏ ଯଦି

ଏ ଜୀବନଟା ଲାଗୁଥିଲା ଅଧୁରା ,

ଯୌବନେ ମଦମତ୍ତ ଅନ୍ଧଟିଏ ସାଜି

ଆଭିଜାତ୍ୟ ନିଶାର ବିଗୁଲ୍ ବଜାଇ

ରାଜରାସ୍ତାରେ ଲୋକ ଦେଖାଣିଆ

କେତେ ଉଡ଼ାଇଛି ଟଙ୍କା ପଇସା...

ଆତ୍ମା ସାହଚର୍ଯ୍ୟରେ ସମୟ ନ' ଦେଇ

ବୃଥା ମୁଖା ପିନ୍ଧାରେ ଯୌବନ ହଜେଇ

ବାର୍ଦ୍ଧକ୍ୟରେ ପଶେ କାୟାରେ ଚେତା..,,


ଆସିବା ବେଳରେ ତୁମେ କହିଥିଲ

 "ବାବୁରେ..ଏ ଶ୍ରେଷ୍ଠ ଜନ୍ମ ମଣିଷର ଜନ୍ମ 

  ସଭିଙ୍କୁ ଜିଆଁଇ ନିଜେ ଜୀଉଁଥିବୁ

  ନିଜେ ଲୁହ ପିଇ ଅନ୍ୟକୁ ହସା

  ଏ କଥା କେମିତି ଆସୁଆସୁ ମୁ

ହିଁ

  ହାୟ...ଭୁଲିଗଲି ସହସା..!!"


ଆଜି ମୁଁ ନିଃସ୍ୱ ସମୟ ସ୍ରୋତରେ

କେବେ ଜାଣିଶୁଣି କେବେ ଅଜାଣତେ

ଅନ୍ତସ୍ଥ ରିପୁଙ୍କ ଚୋଟର ନିଶାରେ

ହିଂସା,ଈର୍ଷା,ଦ୍ୱେଷ,ଅହଂକୁ ଜାବୁଡି

ଛାରଖାର କରିଛି ଈଶ୍ୱରୀୟ ବାର୍ତ୍ତା ।


ଛଳଛଳ ଆଖିରେ ଲେଖୁଛି ଆଜି

ମୋ କୃତ୍ୟ ଅପରାଧର ସ୍ବୀକାରୋକ୍ତି...


ତୁମେ ଥରେ ପଢ଼ ସେ ସ୍ବୀକାରୋକ୍ତି ମୋର

ହେ ପିତାମାତା ତୁମେ

ଅପରାଧ ମୋର ମାର୍ଜ୍ଜନା କର

ପ୍ରାରବ୍ଧରେ ମୋର କ୍ଷମା ଲେଖିଦିଅ

ଲେଖିଦିଅ ପୁଣି ଆଦେଶର ଏହି ବାର୍ତ୍ତା...


ହେ କାରୁଣିକ...ହେ ମାତାପିତା !

ମଣିଷ ଜନ୍ମ ଲଭି ମଣିଷ ଟେ କେହି

ଆତ୍ମବିସ୍ମୃତିରେ ନ' ଭୁଲୁ ତୁମରି ସତ୍ତା...

ନ' ଭୁଲୁ ତୁମରି ସତ୍ତା...।

         


Rate this content
Log in

Similar oriya poem from Inspirational