STORYMIRROR

Sanghamitra Samantaray

Abstract

2  

Sanghamitra Samantaray

Abstract

ଆତ୍ମଦହନ

ଆତ୍ମଦହନ

1 min
2.4K


ଇର୍ଷାର ଦାବାନଳ ବା

ପ୍ରତିଶୋଧର ବହ୍ନି

କି ଅବା ହୀନମନ୍ୟତାର

ଘୃଣ୍ୟ ମନୋଭାବର

ଦାସତ୍ୱର ବଶତାକୁ

ସ୍ଵୀକାର କରିଛୁ l।

କେଉଁ ବିବଶତାରେ ତୁ

ଆଉଟୁ ପାଉଟୁ ଅହର୍ନିଶି

ତୋ ଜ୍ଞାତସାରରେ କି ଅଜ୍ଞାତରେ

ଘଟି ଚାଲିଛି ଯାହା କିଛି

ରଖି ପାରିଛୁ କି ତା'ର ହିସାବ୍ କିଛି ???

ଲକ୍ଷ୍ମଣ ତିନି ଗାରକୁ ବି

ଡେଇଁ ସାରିଛୁ ଅନେକ୍ ପୂର୍ବରୁ

ବିନା ଦୁଃଖରେ ବିନା ଦ୍ୱିଧାରେ

ଗୁଡାଏ ଜହରକୁ ଆତ୍ମସାତ

କରିସାରିଲୁଣି ଏ ମଧ୍ୟରେ,

ହେଲେ ଏତିକି ବି ଜାଣି ପାରୁଛୁ କି ନାଇଁ

ତୁ ପା' ରହିଯାଇଛୁ ସେଇଠି ସେଇ ଗୋଟିଏ

ସ୍ଥାନରେ କେବଳ

ଅଲୋଡା ମାଇଲ୍ ଖୁଣ୍ଟଟିଏ ହୋଇ

ଚିରଦିନ ପାଇଁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract