ଆତ୍ମ ସଂଯମତା
ଆତ୍ମ ସଂଯମତା
ମନନ, ଚିନ୍ତନ ପ୍ରାର୍ଥନା ଆଦି
ସକାଳେ , ସନ୍ଧ୍ୟାରେ କରିବା,
ସକାଳ ବୁଲା ଓ ଯୋଗ ଅଭ୍ୟାସର
ନୀତି ନିୟମ ମାନି ଚଳିବା l
ବ୍ରାହ୍ମଚର୍ଯ୍ୟ ବ୍ରତ ଓ ଅପରିଗ୍ରହ
ସ୍ୱାସ୍ଥ୍ୟ ପାଇଁ ଅଟଇ ଉତ୍ତମ,
ସତ ଚିନ୍ତନ ଓ ସଦାଚାର ନୀତି
ପାଳିବା ସମସ୍ତଙ୍କ ଧରମ l
ଜୀବନ ଦର୍ଶନ, ଭାଗବତ ଜ୍ଞାନ
ଭକ୍ତିର ଅଛି ଯେତେ ମାଧ୍ୟମ,
ପଞ୍ଚ ଇନ୍ଦ୍ରିୟକୁ ଆୟତରେ ରଖେ
କଲେ ପ୍ରତିଦିନ ପ୍ରାଣାୟାମ l
ଷଢ଼ ରିପୁ ଓ ରୋଗ ବ୍ୟାଧି ରୁ ଆମେ
ନିଶ୍ଚୟ ରକ୍ଷା ପାଇ ପାରିବା,
ଟିକିଏ ଟିକିଏ ଅଭ୍ୟାସ କରି ପୁରା
ମୁନି ଋଷିଙ୍କ ପରି ହୋଇବା l
ଏପରି କରିଲେ ମନରେ ଆମର
ଜାଗ୍ରତ ହୋଇବ ଏକାଗ୍ରତା,
ବବବବବ ମହା ମୁନିସୀଙ୍କର ଜୀବନ ଚର୍ଯ୍ୟା
ପ୍ରାଣେ ଭରିଦିଏ ସଂଯମତା l
