Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gangotri Priyadarshini

Inspirational

4.2  

Gangotri Priyadarshini

Inspirational

ଆତ୍ମ ଶକ୍ତି

ଆତ୍ମ ଶକ୍ତି

1 min
209



ଅସମ୍ଭବ ବି ନିଶ୍ଚେ ସମ୍ଭବ,

ସାହସ ବାନ୍ଧିଲେ ମନରେ

ସାତ ଦରିଆ ଆକାଶ ଚିରି 

ପୁଣି ଆସିଲା ମଣିଷ ଫେରି

କେହି ଥିଲେ କି ଜାଣିରେ ??


ଆତ୍ମ ଶକ୍ତି ପାଖେ ହାରଇ

ଅସମ୍ଭବ ଶବ୍ଦ ଚାରି ଅକ୍ଷର

ବାର ବାର ହାରି ହୁଏ ସଫଳ

ଅଦମ୍ୟ ଅଭିଳାଷ ଯାର ଦୁର୍ବାର !!


ମଣିଷ ହେଉ କି ସେ ପ୍ରାଣୀ

ନିଜ ଆବଶ୍ୟକତାକୁ ଜାଣି

ଜାଗରଣ ଖେଳେ ରୁଧିରେ

ସ୍ଵପ୍ନ ସମ୍ଭବ ହୁଏ ଅଚିରେ !!


ବିଧାତାର ଏହି ସଂସାରେ

ପ୍ରତି ଜୀବ ସତ୍ତା ଅନ୍ତରେ

ସ୍ଵପ୍ନ ପୁରଣ ନିମନ୍ତେ ଆହ୍ୱାନ

ଦୃଢ଼ ଇଚ୍ଛାଶକ୍ତି ସମ ଲେଲିହାନ !!


ଏକାଗ୍ରତା କର୍ମ ପ୍ରବଣତା

ସଙ୍ଗେ ମାନସିକ ସ୍ଥିରତା

ଅସମ୍ଭବ ସମ୍ଭବ ହୋଇବ

ପୁଣି ବିଜୟ ହୁଙ୍କାର ଶୁଭିବ !!



Rate this content
Log in

Similar oriya poem from Inspirational