Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhabi Patel

Inspirational

3  

Madhabi Patel

Inspirational

ଆକାଶ

ଆକାଶ

1 min
231



ବିଶାଳ ରୂପ ଅଟେ ଅନନ୍ତ

ସୁନୀଳ କଳେବର।

ଶୂନ୍ୟରେ ଘେରା ବାୟୁରେ ଭରା

ଜ୍ୟୋତିଷ୍କେ ଭରପୁର।

ବିଶ୍ୱବ୍ରହ୍ମାଣ୍ଡ ଧରିଛି ବକ୍ଷେ

ସୂର୍ଯ୍ୟ ଚନ୍ଦ୍ରଙ୍କ ଘର।

କୋଟି ତାରକା ରରଣି ଯହିଁ

ମେଘର ଅଟେ ଘର।

ଆକାଶଗଙ୍ଗା ଧୂମକେତୁଙ୍କ

ଯହିଁ ନିବାସ ସ୍ଥଳ।

ଗ୍ରହ ମାନଙ୍କ ଘୂର୍ଣ୍ଣନ ସଂଗେ

ଋତୁଙ୍କ ହୁଏ ଖେଳ।

କେବେ ସୂରୁଜ କେବେ ଚନ୍ଦ୍ରମା

ଦିଶଇ ତାର ବକ୍ଷେ।

ଦିନ ରାତିର ସୃଷ୍ଟି ହୁଅଇ

ଶୁକ୍ଲ ଅନ୍ଧାର ପକ୍ଷେ।

ବାଦଲ ଯହିଁ ରଚଇ ମାୟା

ବରଷା ପଡେ ଝରି।

କାକର କେବେ କୁହୁଡି କେବେ

କରକା ରୂପ ଧରି।



Rate this content
Log in