STORYMIRROR

Tapan kumar Sahu

Inspirational

3  

Tapan kumar Sahu

Inspirational

ପ୍ରତିଶୃତି

ପ୍ରତିଶୃତି

1 min
232

ପ୍ରତିଶୃତି ଦେଇଛି ଅଗ୍ନି କୁ ସାଖି ରଖି

ସାକ୍ଷୀ ଅଛନ୍ତି ତେତିଶ କୋଟି ଦେବତା

ଏ ଜନ୍ମ ନୁହେଁ ସାତ ଜନ୍ମ ପାଇଁ

ତୁମେ ମୋ ପ୍ରୀୟସି ମାନସୀ ଅର୍ଦ୍ଧାଙ୍ଗିନୀ

ବାଣ୍ଟିବି ସୁଖ ଦୁଃଖ ରଖିବି ସୁରକ୍ଷିତ 

ଆସିଲେ ଆସୁ ଯେତେ ଝଡ଼ ଝଞ୍ଜା

ସହିବି ସବୁ ଛିଡ଼ାହୋଇ ତୁମ ଆଗରେ

କଷ୍ଟ ହେଲେ ହଉ ପଛେ ରଖିବି ବଚନ

ବିଚେଇବି ତୁମ ଚଲା ପଥେ ପୁଷ୍ପ ଆବରଣ

ଦେବିଖୁସି ଯାହା ହେବ ମୋ ଦ୍ଵାରା ସମ୍ଭବ

ରଖିବି ମୁଁ ପ୍ରେମର ସମ୍ମାନ

କାହିଁକି ନା !

ପ୍ରେମ...

ପ୍ରେମ ଚିରନ୍ତନ ସତ

ପ୍ରେମ କବି ଭାବ ମତ

ପ୍ରେମ ହିଁ ତ ବର୍ତ୍ତମାନ ଭୂତ ଭବିଷ୍ୟତ !

ପ୍ରେମ ନିରାମୟ ନିତ୍ୟ

ପ୍ରେମ ସୃଜନ ସାହିତ୍ୟ

ଦୁନିଆର ସବୁ ଜୀବ ପ୍ରେମ ଆନୁଗତ୍ୟ !

ପ୍ରେମ ଭାଗବତ ତତ୍ତ୍ଵ

ଏତ ସୃଷ୍ଟିର ମହତ୍ୱ

ପ୍ରେମ ହିଁ ତ ଉପହାର 

ପ୍ରକୃତି ପ୍ରଦତ୍ତ !

ପ୍ରେମ ଭାବ ସମ୍ବେଦନା

ମିଳନର ଉନ୍ମାଦନା

ପ୍ରେମ ଏକ ରାଜ୍ୟ 

ଯହିଁ ନଥାଏ ଚାଳନା !

---------------------------



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational