STORYMIRROR

Tapan kumar Sahu

Others

3  

Tapan kumar Sahu

Others

ବୋଝ

ବୋଝ

1 min
238

ବୋଝର ବର୍ଷାରେ ଜୀବନ ଭିଜୁଛି

ନାହିଁ ଭୟ ଭିଜିବାରେ,

ନୂଆ ନୁହେଁ ବୋଝ ପୁରୁଣା ମୋ ପାଇଁ

ଜୀବନର ଜଞ୍ଜାଳରେ ।।

ଛୋଟ ବେଳେ ବୋଝ ବହି ବସ୍ତାନି ସାଜି

ପିଠିକୁ କରିଛି ଶକ୍ତ,

ପରୀକ୍ଷାର ଚିନ୍ତା ଉତ୍ତୀର୍ଣ୍ଣ ହେବାକୁ

ବୋଝ ପାଇଁ ହେଲା ପ୍ରାପ୍ତ ।।

ବୟସ ବଢିଲେ ଜୀବନ ରାସ୍ତାରେ

ଯୌବନ ଲାଗଇ ବୋଝ,

କାହା ଆଗେ ଯାଇ କହିହୁଏ ନାହିଁ

ନିଜକୁ ଲାଗଇ ଲାଜ ।।

ରୋଜଗାର ପନ୍ଥା ନଥିଲେ ଜୀବନେ

ପରିବାର ଲାଗେ ବୋଝ,

ବାହା ଘର ପରେ ପରିବାର ବଢେ

କଣ୍ଟା ସମ ଲାଗେ ଶେଯ ।।

ଜୀବନ ଏବେ ଅନ୍ତିମ ପାହାଚେ

ଶରୀର ଲାଗଇ ବୋଝ ,

ହାତେ ଜପ ମାଳି ତୁଣ୍ଡେ ପ୍ରଭୁ ନାମ

ପର ହେଲେ ସବୁ ନିଜ ।।

ପୁଅ ବୋହୂ ତୁଣ୍ଡେ ସୁଭିଲାଣି ଏବେ

ଆମେ କାଳେ ତାଙ୍କ ବୋଝ

କାଳିଆ ଠାକୁର ଭବୁ ପାରିକର

ସାରିଲାଣି ସବୁ କାର୍ଯ୍ୟ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍