STORYMIRROR

Tapan kumar Sahu

Others

3  

Tapan kumar Sahu

Others

ପ୍ରେମ ପ୍ରତି ଅଭିମାନ

ପ୍ରେମ ପ୍ରତି ଅଭିମାନ

1 min
268

ପ୍ରେମ ମୋ ସାଜିଛି ଛୋଟ ପିଲା ଖେଳ

ବଡ଼ ହୋଇ ଭୁଲି ଗଲା,

ପ୍ରେମ ମୋ ସାଜିଛି କାଗଜର ଡଙ୍ଗା

ଅଧା ବାଟେ ଚିରି ଗଲା ।।

ପ୍ରେମ ମୋ ସାଜିଛି ଭସା ବାଦଲ ଟେ

ଝଡ଼ରେ ଦୋହଲି ଗଲା,

ପ୍ରେମ ମୋ ସାଜିଛି ଅଦିନ ବିଜୁଳୀ

ବର୍ଷା ପରେ ଫେରିଗଲା ।।

ପ୍ରେମ ମୋ ସାଜିଛି ରାତିର ଶେଫାଳୀ

ସକାଳ କୁ ଝଡି ଗଲା,

ପ୍ରେମ ମୋ ସାଜିଛି ଦୀଗହରା ମେଘ

ସକାଶେ ବିଲୀନ ହେଲା ।।

ପ୍ରେମ ମୋ ସାଜିଛି ଅଜଣା ଅତିଥି

ଆସି ପୁଣି ଫେରିଗଲା,

ପ୍ରେମ ମୋ ସାଜିଛି ମରୁ ମରୀଚିକା

ପାଶେ ଗଲେ ଘୁଞ୍ଚି ଗଲା ।।

ପ୍ରେମ ମୋ ସାଜିଛି ସ୍ବପ୍ନ ବାଲିଘର

ଢେଉ ଦେହେ ଭାସି ଗଲା,

ପ୍ରେମ ମୋ ସାଜିଛି କାଚ ର ଆଇନା

ହାତୁ ଖସି ଫାଟି ଗଲା ।।

ପ୍ରେମ ମୋ ସାଜିଛି ପାଣିର ଫୋଟକା

ଓଳି ତଳେ ଲିଭି ଗଲା,

ପ୍ରେମ ମୋ ସାଜିଛି ସମୁଦ୍ର ଲହଡ଼ି

ନିମିଶକେ ଫେରି ଗଲା ।।

ପ୍ରେମ ମୋ ସାଜିଛି ନାଗୁଣିର ରାଗ

ଚୋଟ ମାରି ଚାଲି ଗଲା,

ପ୍ରେମ ମୋ ସାଜିଛି ଜହ୍ନ ଦେହେ ଦାଗ

କାଳେ କାଳେ ରହିଗଲା ।।

ପ୍ରେମ ମୋ ସାଜିଛି ବୁଢିଆଣୀ ଜାଳ

ଫାସ ରେ ପକେଇ ଦେଲା,

ପ୍ରେମ ମୋ ସାଜିଛି ଅଭିଶାପ ଟିଏ

ବର୍ଷ ପୂର୍ବେ ମିଲି ଥିଲା ।।

-----------------------------------------



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍