STORYMIRROR

Tapan kumar Sahu

Inspirational

3  

Tapan kumar Sahu

Inspirational

ବାପା

ବାପା

1 min
355


ମା'ର ସ୍ନେହ ବାହାରକୁ ଦିଶେ 

        ବାପା ସ୍ନେହ ଖାଲି ଭିତରେ

ମା'ଙ୍କ ନାମରେ କେତେ କଥା ଲେଖା

        ବାପା କଥା କିଏ ପଚାରେ ।।

ଯାହା ହାତ ଧରି ଚାଲି ମୁଁ ସିଖିଲି 

           ସେ ହେଉଛନ୍ତି ବାପା,

ସ୍ନେହ ରଖି ମନ ଭିତରେ

           ବାହାରେ ହୁଅନ୍ତି ଖଫା ।।

ମୁଁ ହେଲେ ଟିକି ଚଢ଼େଇ 

           ବାପା ମୋ ସ୍ନେହ ଆକାଶ,

ଅସୁବିଧା ଯେତେ ମୋ ଜୀବନେ

           ତାଙ୍କ ପାଖେ ହୁଏ ଶେଷ ।।

ସପନ ଦେଖାନ୍ତି ଶାସନ କରନ୍ତି,

           ବୁଝନ୍ତି ଯେତିକି ଅଳି,

ସବୁଲୁହ ପିଇ ହସିବା ଶିଖାନ୍ତୀ

          କଷଣେ ନ ଯାଇ ଡରି ।।

ପଡି ଛିଡ଼ା ହେବା ସାହସ ବାନ୍ଧିବା

          ଅଝଟେ ନ ହୋଇ ଖପ୍ପା,

ଆକାଶ ଠୁ ଲମ୍ବା ପୃଥିବୀ ଠୁ ବଡ଼

          ମନ ଯା' ର ସିଏ ବାପା ।।

    

                   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational