STORYMIRROR

Gangotri Priyadarshini

Inspirational

3  

Gangotri Priyadarshini

Inspirational

ଶୁଭ ଦୀପାବଳୀ

ଶୁଭ ଦୀପାବଳୀ

1 min
175


ଅନ୍ଧାରରେ ଆଲୋକର ଉତ୍ସ 

କଷ୍ଟସହିଷ୍ଣୁ ମନୁଷ୍ୟର ବିବେକ ବୋଧ

ଜଡରୁ ଚେତନା ଲବ୍ଧ ଅନନ୍ତ ଉଦୟ !


କେବେ ଆଲୋକ ବର୍ତ୍ତିକାର 

ଲେଲିହାନ ଶିଖା ପୁଣି କେବେ

ଦିକ୍ ଦିକ ଆଶାର କ୍ଷୀଣାଲୋକ !


କୁ ଉପରେ ସୁ ର ଜୟ ଯାତ୍ରା

ଅଜ୍ଞାନରୁ ଜ୍ଞାନର ଜିଜ୍ଞାସା

କାମନା ଉପରେ ଆତ୍ମାର ବିଜୟ !


ସୃଷ୍ଟିରୁ ଶ୍ରେଷ୍ଠତା ପଥେ ଅଗ୍ରସର

ସମାଜରେ ଅନେକତ୍ଵରେ ଏକତ୍ଵ

ଜୀବନକୁ ଆଜୀବନ ବଞ୍ଚିବାର ଅଭିଳାଷ !


ଜୀବନ ପଥ ଆଲୋକମୟ ହେଉ

ପ୍ରଭୁ ତୁମ ପ୍ରଭୂତ୍ଵର ପରାକାଷ୍ଠାରେ

ମାନବ ସମାଜ ମୁକସାକ୍ଷୀ ହେଉ ଆଲୋକର !




Rate this content
Log in

Similar oriya poem from Inspirational