ଆତ୍ମ ହତ୍ୟା
ଆତ୍ମ ହତ୍ୟା


ଆସରେ ଆସରେ ଭାଇ ଭଉଣୀ
ଶପଥ ଆଜି ନେବା
ଯେତେ ଦୁଃଖକଷ୍ଟ ଆସିଲେ ମଧ୍ୟ
ହସି ହସି ସହି ଯିବା।
ଦୁଃଖକୁ ଯଦି ସୁଖ ମନେକରି
ବଞ୍ଚି ଶିଖିବା ଆମେ
ଆତ୍ମ ହତ୍ୟାର ପ୍ରଶ୍ନ ଉଠିବନି
ଫୁଟିବେ ତାରା ଗଗନେ।
ଦୀର୍ଘାୟୁ ନୁହେଁ ମଣିଷ ଜୀବନ
ତଥାପି ମୃତ୍ୟୁ କୁ ଡର ଲାଗେ
ମଣିଷ ଜୀବନ ପାଣି ଫୋଟକା
କେତେବେଳେ ଛାଡ଼ି ଯାଏ।
ମର୍ତ୍ତ୍ୟ ମଣ୍ଡଳେ ଜନମ ଯାହାର
ମୃତ୍ୟୁ ତ ସୁନିଶ୍ଚିତ
ଜାଣିଶୁଣି ଭାଇ ଭୁଲ୍ କଲେ
କରି ନ ପାରିବା ପ୍ରାୟଶ୍ଚିତ।
ଆତ୍ମହତ୍ୟା କରି ଲାଭ ନାହିଁ କିଛି
ମଣିଷ ଜନମ ପାଇ
ସବୁବେଳେ ମିଳିମିଶି ଥାଉ
ଜୀବନର ଗୀତ ଗାଇ।
ବାଧା ପାଇ ଆତ୍ମହତ୍ୟା କରନ୍ତି
କିଶୋର କିଶୋରୀ ଗଣ
ସହ୍ୟକରି ଯିଏ ଜୀବନ ଗଢିଲ
ଅଟଇ ସିଏ ବଡପଣ ।।