STORYMIRROR

Ajit Kumar Raut

Abstract Inspirational

4  

Ajit Kumar Raut

Abstract Inspirational

ଆସୁଛି ରଜ ପରବ

ଆସୁଛି ରଜ ପରବ

1 min
374


ଜ୍ୟେଷ୍ଠମାସଖରା କରେ ବିଚଳିତ

  ଝାଳ ପୋଛି ଯାଏ ଦିନ

ତା ସାଙ୍ଗକୁ ପୁଣି ଗରମ ପବନ 

   ଦିଶୁଅଛି ହୁତାଶନ !!

ଆସୁଛି !  ପୁଣି  ପରା  ରଜର ପରବ

       ସଂକ୍ରାନ୍ତି ଏ ସଂସ୍କୃତି ସଂସ୍କାର 

       ଦୋଳିଖେଳପର୍ବ ନାମଯାହାର ।।


ସୂର୍ଯ୍ୟଙ୍କ ଉତ୍ତାପ ସେ ଧ୍ୟାନ ନହୁଛି

    ମନରେ ଖୁସି ହେଉଛି

କାହିଁକି ସେ ନହେବ ରଜ ଆସୁଛି

    ଦୋଳିର ଗୀତ ଶୁଭୁଛି !!

ତାରିଖ !  ଚଉଦ ଟି  ଜୁନ୍ ଏ  ମାସର

        ରଜ  ସଂକ୍ରାନ୍ତି ପର୍ବ ଆମର 

        ଦୋଳି ଖେଳ ଏ ରଜ ପର୍ବର ।।


ଗାଆଁରେ ଚହଳ ଆନନ୍ଦ ଅପାର 

    ଆସୁଛି ରଜ ପରବ

ଆସେ ଆକାଶରୁ ତପ୍ତ ରଶ୍ମି ମାନ

    ନହୁଏ ଟି ଅନୁଭବ !!

କୋଇଲିର ! ରାବସେ ପୁଣି ଶୁଭେ ଘନଘନ

         କରେ  ଝିଙ୍କାରି ତହିଁ ଗର୍ଜନ 

         ମଲ୍ଲିଫୁଲ ବାସ୍ନା କରେ ଉଚ୍ଛନ୍ନ ।।


ରଜର ପରବ  ଖୁସି  ଓ ମଉଜ 

   ପର୍ବପର୍ବାଣୀ ସଂସ୍କୃତି 

ପରାଖେଳିଥିଲେ ଦୋଳି ରାଧାକୃଷ୍ଣ 

   ରହି ଅଛି ତାର ସ୍ମୃତି !!

ଖେଳିବେ ! ଖୁସିରେ ଦୋଳି ଗାଇବେ ଗୀତ

        ଥିବରେ  ତହିଁ  ପ୍ରେମ ଜଡ଼ିତ 

        ଅମୃତ  କାଳ  ନୂଆ  ଭାରତ ।।


ଆକାଶରୁ ଝରେ ରିମିଝିମି ବର୍ଷା

   କରେ ମନ ପୁଲକିତ

ତା ସଙ୍ଗତେ ତହିଁ ମାଟିର ବାସ୍ନା

   ମନ ହୁଏ ଆନନ୍ଦିତ !!

ଆଗକୁ !! ରହିଛିରେ ରଜ ମଉଜ ଯହିଁ

       ଆମ୍ବ ପଣସ ପାଚଇ ତହିଁ 

       ରଜ  ପରବ ରହିଛି ଚାହିଁ ।।


ନୂଆ ପରିଧାନେ ହୋଇଣ ସଜ୍ଜିତ

   ଗାଇବେ ରଜର ଗୀତ

ହେବ ପିଠାପଣା ଗୃହରେ ନିର୍ମିତ

   ଗୁଞ୍ଜିବ ରଜ ସଙ୍ଗୀତ !!

ପୂଜନ !  ଘରଘରରେ ଶ୍ରୀ ଜଗନ୍ନାଥ

       କାଳିଆ ପରା ଜଗତ ନାଥ

       ପୂର୍ଣ୍ଣ କରିବେସେ ମନରଥ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract