STORYMIRROR

Hemanta Patra

Abstract

3  

Hemanta Patra

Abstract

ଆସୁଛି ବସନ୍ତ

ଆସୁଛି ବସନ୍ତ

1 min
264

ଶୀତ ଯିବାକୁ ହେଲାଣି ଆଗଭର

ଫଗୁଣର ରଙ୍ଗେ ମଳୟର ରଥେ

ଝୁଲି ଝୁଲି ବସନ୍ତ

ଆସିବାର ହେଲାଣି ବେଳ

ମାରିଲାଣି ହାଈ

ଫଗୁଣ ମାସର ସକାଳ

କମି କମି ଆସିଲାଣି ଥଣ୍ଡା ବଳୟ

ଧିରେ ଧିରେ ବହିଲାଣି

ଦକ୍ଷିଣ ମଳୟ

ଘୁମେଇ ପଡିଲାଣି

ଶୀତର ଚୁର୍ଣକୁନ୍ତଳ

ସ୍ୱପ୍ନରେ ଭରିଯିବ

ଗୋଧୁଳିର ଅରୁଣିମା

ତରୁଲତାର ଦେହେ

ମୁରୁକି ହସିବେ କଅଁଳ ପତ୍ର ଫୁଲ

ଆମ୍ରକୁଞ୍ଜେ କୋଇଲି ତୋଳିବ

ରାଗ ବସନ୍ତ ମହ୍ଲାର

ଧରଣୀ ରାଣୀ ସଜାଇବ ଗଭାରେ

ପେନ୍ଥା ପେନ୍ଥା ସୁବାସିତ ବଉଳ

ବନେ ଉପବନେ ଫୁଟିବ

କେତେ ଜାତି ଫୁଲ

ଶୋରିଷ କ୍ଷେତରେ ଲହଡ଼ି ମାରିବ

ସୁନାର ଢେଉ

ଫୁଲେ ଫୁଲେ ଶୁଭିବ

ଭ୍ରମର ଗୁଞ୍ଜନ

ନବ ବଧୁ ମନେ ଭରିଯିବ

ପ୍ରୀତିର ପରସ

ନବ ବଧୁ ହୋଇ ବିଭୋର

ବ୍ୟସ୍ତ ସନ୍ଧ୍ୟାର କାକଳିରେ

ପ୍ରିୟତମ କୁ ଲେଖିବ ଚିଠି

କୃଷ୍ଣଚୁଡାର ଫୁଲ ପାଖୁଡାରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract