STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଆସୁଛି ଆସୁଛି ଆସୁଛି ରଜ

ଆସୁଛି ଆସୁଛି ଆସୁଛି ରଜ

2 mins
7

    ଆସୁଛି ଆସୁଛି ଆସୁଛି ରଜ
       =============
ଆସୁଛି ଆସୁଛି ଆସୁଛି ରଜ l
       ଧରିତ୍ରୀ ମାତାର ଅପୂର୍ବ ସାଜ ll
ଆଦ୍ୟ ମଉସୁମୀ ବରଷା ପାଇ l
      କଅଁଳ ଘାସରେ ମଣ୍ଡିତ ମହୀ ll
କଅଁଳ ଘାସରେ ସାଧବ ବୋହୁ l
   ତର ତର ହୋଇ କୁଆଡ଼େ ଯାଉ ll
ବୁଢା ବର ଗଛେ ପତ୍ର କଅଁଳି l
    ଡାଳରେ ଲାଗିବ ରଜର ଦୋଳି ll ମେଘରାଜା ବାଜା ବାଜେ ଡମ୍ବରୁ l
      ଗ୍ରୀଷମ ପଳା ତୁ ଧରା ଧାମରୁ ll
ଚାତକ ଆତଙ୍କ ଜାଣି ବରଷା l
        ବରଷିଲା ଜଳ ଅମୃତ ମିଶା ll
ବର୍ଷା ଜଳ ପାଇ ଅଳ୍ପ ଅଳପ l
       ନବ ପଲ୍ଲବ ଧରିଲେ ପାଦପ ll
ଚଷା ଭାଇ ଭଲ ବିଲ ଚଷିକି l
       ବିହନ ବୁଣିଲେ ବାଛି ବାଛିକି ll
ଗଜା ମାରି ସାରୁ ଓଲୁଅ କନ୍ଦ l
     ମାଟି ତଳୁ ଧୀରେ କାଢ଼ୁଛି ମୁଣ୍ଡ ll
ସ୍ନାହାନ ବେଦୀରେ ସ୍ନାହାନସାରି l
       ଅଣସର ଘରେ ରହିଲେ ହରି ll
ଅନାଥ ହୋଇଲେ ବରଜ ଗୋପୀ l
     ବାଉଁଶ ଗଜାର ମୁଣ୍ଡରେ ଟୋପି ll
 ଗଛ ଲଗାଇବା ଆସରେ ଭାଇ l
      ବରଷା ଆସୁଛି ବାରତା ଦେଇ ll
 ଆସୁଛି ଆସୁଛି ଆସୁଛି ରଜ l
     ଭକ୍ତି ଭରେ ମାତା ଧରଣୀ ପୂଜ ll
 ରଜ ଶେଷେ ଯାଇ କର ଦର୍ଶନ l
         ହଳୀ ହରି ଭଦ୍ରା ସୁଦରଶନ ll
ତିନିରଥ ବିଜେ ବଡ଼ ଦାଣ୍ଡରେ l
      ହରି ହରି ହରି ବୋଲ ତୁଣ୍ଡରେ ll ଚାଣ୍ଡେଗଲା କାହିଁ ଗ୍ରୀଷମ ଚାଲି l
        ରଜ ପାନ ଖାଇ ଅଧର ନାଲି ll
              🙏🙏🙏
                  ଅର୍ଜୁନୀ
                --------------
ଅର୍ଜୁନୀ ଚରଣ ବେହେରା 
ମୋ - 7693091971


Rate this content
Log in

Similar oriya poem from Inspirational