ଆଷାଢ଼ !
ଆଷାଢ଼ !
(ରାଗ:- କାଳୀ)
କରେ ଗର୍ଜନ ବାଦଳ ଅତି,
କମ୍ପୁଛି-ରେ- ଧରିତ୍ରୀ !
ଆଷାଢ଼ ପରେ ପୁଣି ଶ୍ରାବଣ,
ଦିଏ ଚିନ୍ତିତ ଭୀତି !!
ନାହିଁ ବରଷା ଖାଲି ଗର୍ଜନ,
ମାୟା କିବା ପ୍ରଭୁଙ୍କ !
ଅବା ଦୁର୍ଭିକ୍ଷ ପରି ଲକ୍ଷଣ,
ଭୟ ଭୀତି ଆତଙ୍କ !!
ହୋଇବ ଚାଷ ଅବା କି ନାହିଁ,
ବୁଝିବ କି ବିଜ୍ଞାନ !
ଘଡଘଡି ଟି କରେ ଅଥୟ
ମନ ହୁଏ ଉଚ୍ଛନ୍ନ !!
ବଜ୍ରପାତର ହୁଏ ଟି ଚିନ୍ତା
ଘର ଭିତରେ ସବୁ !
ବନ୍ଦ ପଡିଛ ଯିବା ଆସିବା
ଜୀବିକା ବନ୍ଦ ବାବୁ !!
ଚାଷ ଭୂଇଁରେ ଚାଷୀ ନାହିଁରେ
ଚାଷର କାର୍ଯ୍ୟ କାହିଁ !
ବରଷା ନାହିଁ ଆଷାଢ଼ ମାସରେ
ଛନ୍ତି ଆକାଶେ ଚାହିଁ !!
