STORYMIRROR

Monalisha Panda

Inspirational

3  

Monalisha Panda

Inspirational

ଆସନ୍ତୁ ସଚେତନ ହେବା

ଆସନ୍ତୁ ସଚେତନ ହେବା

1 min
147

ଭାରତ ମାଟିରେ ଯେବେ ସେ ପାଦ ଥାପିଲା 

ସମଗ୍ର ଭାରତବର୍ଷ ଚଳ ଚଞ୍ଚଳ ହୋଇଲା।।

ଗ୍ରାମରୁ ଆରମ୍ଭ କରି ବିଧାନ ସଭା ଯାଏଁ 

କରୋନା ଭୂତାଣୁ ସଭିଙ୍କ ମୁହେଁ ଥାଏ।।

ସୁଧାରିବା ପାଇଁ ଭାରତର ଅବସ୍ଥା 

ମୋଦିଜୀ ଆପଣାଇଲେ ଲକ୍ ଡାଉନର ବ୍ୟବସ୍ଥା ||

ମୋଦିଜୀ ଚିନ୍ତା କଲେ ସମସ୍ତଙ୍କ ଭବିଷ୍ୟତ 

ସମସ୍ତେ ରହିବେ କିପରି ସୁସ୍ଥ ଓ ସୁରକ୍ଷିତ।।

ଯୁବ ସମାଜଙ୍କ ଭୂମିକା ଅଟେ ଗୁରୁତ୍ବପୂର୍ଣ୍ଣ 

କରିବେ ସେମାନେ ମୋଦିଜୀଙ୍କ ସ୍ୱପ୍ନକୁ ପରିପୂର୍ଣ୍ଣ।

ଘର ଘର ବୁଲି ସଭିଙ୍କୁ ସଚେତନ କରାଇବା 

ମହାମାରୀ କରୋନାରୁ କିପରି ମୁକ୍ତି ପାଇବା ।।

ବ୍ୟକ୍ତି ବ୍ୟକ୍ତିଙ୍କ ଠାରୁ ରଖନ୍ତୁ ବ୍ୟବଧାନ 

ସଂକ୍ରମିତ ବ୍ୟକ୍ତିଙ୍କ ପାଇଁ ହୁଅନ୍ତୁ ଯତ୍ନବାନ ।।

ମାସ୍କ ପିନ୍ଧି ବାହାରକୁ ଯାତ୍ରା କରନ୍ତୁ

ସାବୁନରେ ହାତ ଧୋଇ ସଫା ରଖନ୍ତୁ ।।

ସାମାଜିକ କାର୍ଯ୍ୟକ୍ରମ ଠାରୁ ରୁହନ୍ତୁ ଦୂରେଇ 

ଏହି ପରି ଭାବେ ସଭିଙ୍କୁ ଦିଅନ୍ତୁ ବୁଝାଇ ।।

ସଂକ୍ରମିତ ବ୍ୟକ୍ତିଙ୍କ ତଉଲିଆ, ଗାମୁଛା, ବିଛଣା, ଚାଦର 

ଦୃଷ୍ଟି ଦିଅନ୍ତୁ ଯେପରି ଅନ୍ୟମାନେ ନ କରିବେ ବ୍ୟବହାର ।।

ଆସନ୍ତୁ ସମସ୍ତେ ମିଶି ଶପଥ ନେବା 

କରୋନା ସମୟରେ ଘରେ ରହିବା ।।

ସଭିଙ୍କୁ ଦିଅନ୍ତୁ ଏକ ପରାମର୍ଶ 

କରୋନା ବିରୁଦ୍ଧ କରିବେ ସଭିଏଁ ସଂଘର୍ଷ ।।

1. ଆସନ୍ତୁ ସମସ୍ତେ ସଚେତନ ହେବା 


କରୋନାକୁ ଦେଶରୁ ହଟାଇ ଦେବା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational