ଆସନ୍ତନି
ଆସନ୍ତନି
ଆସନ୍ତନି ସେହି ନିର୍ଜଳା ଓପାସ ବେଳେ
ଯେତେବେଳେ ମୋ ମନ ମୁକୁରରେ ପ୍ରତିବିମ୍ବିତ ତୁମେ
ସକଳ ଅର୍ଗଳି ମୋର କାଟି ଦିଅନ୍ତନି
କାଟି ଦିଅନ୍ତନି ମୋ ଦେହର ଅନଳ
ତୁମ ବାରି ଧାରା ପରେ
ଯେତେକ ଯାତନା ଯେତେକ ହୁନ୍ଦର
ପରସି ଦିଅନ୍ତି ମୋର
ତୁମ ଗଣ୍ଠିଧନ ମଣିମୁକ୍ତା ସମ
ଓଜାଡି ଦିଅନ୍ତି ତୁମରି ଝୁଲିରେ
ଦେଖିକି ସେସବୁ ଚକିତ ହୁଅନ୍ତ
ଅସରନ୍ତି ତୁମ ଧନମାନ ସବୁ ଗଣିକି ନିଅନ୍ତ
ଗଲାବେଳେ ତୁମେ ମୋ ପିଠି ଥାପୁଡେଇ
କହିକି ଯାଆନ୍ତ
ଅଫେରା ରାଜ୍ୟରୁ ଫେରବନି ଯଦି
ଓହଳ ପରିକା ମନକୁ ବୁଝେଇ
ଚାହାଁନ୍ତି ତୁମର ଯିବା ଚଲାପଥ
ରୁହନ୍ତି ନିର୍ଜଳା ତୁମ ଆସିବା କାମନା କରି
ଆସନ୍ତନି ସେହି ନିର୍ଜଳା ଓପାସ ବେଳେ
ଆସନ୍ତନି ସେହି ନିର୍ଜଳା ଓପାସ ବେଳେ ।

