STORYMIRROR

pratap nayak

Romance

3  

pratap nayak

Romance

ଆସନ୍ତନି

ଆସନ୍ତନି

1 min
78

ଆସନ୍ତନି ସେହି ନିର୍ଜଳା ଓପାସ ବେଳେ 

ଯେତେବେଳେ ମୋ ମନ ମୁକୁରରେ ପ୍ରତିବିମ୍ବିତ ତୁମେ

ସକଳ ଅର୍ଗଳି ମୋର କାଟି ଦିଅନ୍ତନି

କାଟି ଦିଅନ୍ତନି ମୋ ଦେହର ଅନଳ 

ତୁମ ବାରି ଧାରା ପରେ


ଯେତେକ ଯାତନା ଯେତେକ ହୁନ୍ଦର

ପରସି ଦିଅନ୍ତି ମୋର

ତୁମ ଗଣ୍ଠିଧନ ମଣିମୁକ୍ତା ସମ 

ଓଜାଡି ଦିଅନ୍ତି ତୁମରି ଝୁଲିରେ

ଦେଖିକି ସେସବୁ ଚକିତ ହୁଅନ୍ତ

ଅସରନ୍ତି ତୁମ ଧନମାନ ସବୁ ଗଣିକି ନିଅନ୍ତ


ଗଲାବେଳେ ତୁମେ ମୋ ପିଠି ଥାପୁଡେଇ 

କହିକି ଯାଆନ୍ତ 

 ଅଫେରା ରାଜ୍ୟରୁ ଫେରବନି ଯଦି

 ଓହଳ ପରିକା ମନକୁ ବୁଝେଇ 

ଚାହାଁନ୍ତି ତୁମର ଯିବା ଚଲାପଥ

ରୁହନ୍ତି ନିର୍ଜଳା ତୁମ ଆସିବା କାମନା କରି

ଆସନ୍ତନି ସେହି ନିର୍ଜଳା ଓପାସ ବେଳେ

ଆସନ୍ତନି ସେହି ନିର୍ଜଳା ଓପାସ ବେଳେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance