STORYMIRROR

Rajashree Acharya

Romance

3  

Rajashree Acharya

Romance

ଆସମାନ ଫୁଲ

ଆସମାନ ଫୁଲ

1 min
283

ଆସ୍ମାନ୍ ଫୁଲ


ଚକ୍ମକ୍ ହୋଇ ଉଠୁଥିବା ତାରା

କରେ ଭ୍ରମ ସୁନା ପରି

କିନ୍ତୁ ପ୍ରକୃତରେ ତୁମେ ଥାଅ ସେଠି

ଯେପରି ଆକାଶ ତା କୋଳରେ ନେଇଛି ଆଦରି


ଚାନ୍ଦ ତ ଆକାଶ ର ବିନ୍ଦି 

ହେଲେ ତୁମେ ତାହାର କୁକୁମ

ଆକାଶ ମୁଖ ରେ ସଜାଇ ହୋଇ 

ତୁମେ କ'ନ ଦିଶ ମ! 


ମନ ହୁଏ ତୁମକୁ ହାତେଇ ନବାକୁ

ସତରେ ଇଛା ହୁଏ 

କିନ୍ତୁ ହାୟ 

ଇଛା କେବେ ସତ ହୁଏନା

ଦିନ ରେ ଦେଖିଥିବା ଅଧା ନିଦିଆ ସ୍ବପ୍ନ ପରି ଭାଙ୍ଗି ଯାଏ 

ଵର୍ଷା ଦିନେ ବାଦଲ ମଝିରେ 

ଖେଳୁଥାଅ ତୁମେ ତୁମେ ଲୁଚକାଳି ଖେଳ

ଆହା କି ସୁନ୍ଦର ଦୃଶ୍ୟ

ଉପଭୋଗ କରେ ମୁଁ ଅବଶ୍ୟ


ଧରିତ୍ରୀ ଯେପରି ସୁବାଷିତ ଫୁଲ 

ମହକେଇ ଚହଟେଇ ଦିଅନ୍ତି

ସାରା ଦୁନିଆକୁ

ତୁମେ ତାରା ସେମିତି ଆକାଶ ବଗିଚା ର ଫୁଲ

ଗଣି ଗଣି ତିଆରି କର ସପ୍ତର୍ଷୀ ମଣ୍ଡଳ ର ମାଳ

କେମିତିକା ଫୁଲ କେଜାଣି

ଧରିଲେ ବି ଧରି ହୁଏନା 

ଗଣିଲେ ବି ଗଣି ହୁଏନା 

ଖୁଣିଲେ ବି ଖୁଣି ହୁଏନା

ଗୁନ୍ଥୀଲେ ଵ ଗୁଁଥି ହୁଏନା


କିଇ ଜେ ପ୍ରଭୁଙ୍କ ଲୀଳା 

ଚିତ୍ରକର ପରି ଆଙ୍କି ଦିଅନ୍ତି 

ନିଜର ଯାଦୁଇ ତୁଳୀ ରେ

ଫୁଲ ଫୁଟି ମଉଳୀ ଯାଏ

କିଂତୁ ଆକାଶ ର ଫୁଲ କେବେ ମଉଳେନା

କି ମଉଳି ପାରେନା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance