STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ଆସିଥିଲି କାଳିଆ ତୋ ସୁନାବେଶ ଦେଖିରେ

ଆସିଥିଲି କାଳିଆ ତୋ ସୁନାବେଶ ଦେଖିରେ

1 min
232


ଆସିଥିଲି କାଳିଆ ତୋ

ସୁନାବେଶ ଦେଖିରେ

ତୋ ଅପୂର୍ବ କାନ୍ତି ଦେଖି

ଆଖି ଗଲା ଲାଖିରେ।


ସାରା ଜଗତର କାନ୍ତି

ଭରିଛି ତୋ ରୂପରେ

ତୋର ଦରଶନେ ମିଳେ

ଜୀବନରେ ଶାନ୍ତିରେ

ମହଣ ମହଣ ସୁନା

ମହଣ ମହଣ ସୁନା ଅଳଙ୍କାରେ ସଜରେ

ତୋ ଅପୂର୍ବ କାନ୍ତି ଦେଖି


ପୁଣ୍ୟ ଆଷାଢ଼ର ଶୁକ୍ଳ 

ଏକାଦଶୀ ଆଜିରେ

ଭାଇ ଭଗ୍ନୀ ସାଥେ ଘେନି

ତିନି ରଥେ ବିଜେରେ

ଆପା ଦ ମସ୍ତକ ଝଳେ

ଆପାଦ ମସ୍ତକ ଝଳେ ସୁବର୍ଣ୍ଣର ତେଜରେ

ତୋ ଅପୂର୍ବ କାନ୍ତି ଦେଖି


ବିଶ୍ଵ ମହାଜନ ପରା 

ଜଗନ୍ନାଥ ଆମର

ରାଜ ରାଜେଶ୍ୱର ବେସେ

ବିଜେ ରଥ ଉପର

ଜଗତ ମୋହିତ ହୁଏ

ଜଗତ ମୋହିତ ହୁଏ ସୁନାବେଶ ଦେଖିରେ।

ତୋ ଅପୂର୍ବ କାନ୍ତି ଦେଖି ଆଖି ଗଲା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational