STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଆସିଲାଣି ଖରା ଛୁଟି

ଆସିଲାଣି ଖରା ଛୁଟି

1 min
13.4K


ଆସିଲାଣି ଖରା ଛୁଟି

ନାହିଁ ଡର ପାଠକୁ,

ସଞ୍ଜ ହେଲେ ବୁଲିଯିବି

ଭାଇ ସାଥେ ହାଟକୁ ।।

ଭାଇ କହିଛନ୍ତି କିଣି

ଦେବେ ନୂଆ କଣ୍ଢେଇ,

ଖେଳିବି ମୁଁ ଛୁଟି ସାରା

ଧରି ତାକୁ ଉଠେଇ ।।

ଖାଇବାକୁ ଦେବେ ମୋତେ

ରସଗୋଲା, କାକେରା,

ଛେନାପୋଡ଼, ବାର ମଜା

ଭଳି ଭଳି ସର୍କରା ।।

କେତେ କେତେ ଗପ ବହି

ଛବି ଅଙ୍କା କବିତା,

ଯେଉଁ ବହି ପଢ଼ୁଛନ୍ତି

କୁନି, ଝୁନି, ସବିତା ।।

ସବୁ ଆଣି ବେଳ ଦେଖି

ପାଠ ସାଥେ ପଢ଼ିବି,

କଣ୍ଢେକୁ କୋଳେ ଧରି

ଘର ସାରା ଗଡ଼ିବି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics