Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gangotri Priyadarshini

Abstract Classics Inspirational

4  

Gangotri Priyadarshini

Abstract Classics Inspirational

ଆସିଗଲା ଦେଖ ଶୀତ

ଆସିଗଲା ଦେଖ ଶୀତ

1 min
193


ଆସିଲାଣି ଧୀର ପାଦେ ଧରା ବକ୍ଷେ ଶୀତ

ପାଛୋଟି ଆଣ ହେ ମୋର ସାଥୀ ସଙ୍ଗାତ ।


ନାନାଫୁଲ ଚାଙ୍ଗୁଡ଼ିରେ ଭରିଯିବ ଧରିତ୍ରୀ

ସୁନ୍ଦର ଏ ଶୀତଦିନ ଋତୁ ରାଣୀ ଯେମିତି ।


ରଙ୍ଗ ବେରଙ୍ଗର ବସ୍ତ୍ର ପରିଧାନ କରନ୍ତି

ଚମତ୍କାର ଶୋଭା ବୃଦ୍ଧି ଆନନ୍ଦିତ ଜଗତୀ।


ଦିବସ ରଜନୀ ଦିଶେ ସତେ କେତେ ସୁନ୍ଦର

ଅନେକ ପର୍ବ-ପର୍ବାଣୀ ପାଳେ ଏଇ ସଂସାର ।


ସୂର୍ଯ୍ୟ ଚନ୍ଦ୍ର ଆତଯାତ ବଦଳେ ଏ ଋତୁରେ

ବିମୋହିତ ହୁଏ ପ୍ରାଣ ଭାବଭରେ ଅନ୍ତରେ ।


ଗରିବ-ଗୁରୁବା ଡର ଥାଏ ମାଘ ଜାଡକୁ

ସମସ୍ତଙ୍କ ସହାୟତା ଖୁସି ଦେବ ସଭିଙ୍କୁ ।


ସବୁ ଋତୁ ଘୁରୁଥାଉ ଋତୁଚକ୍ର ଚକ୍ରିରେ

ମାନବ ଜୀବନ ଉପକୃତ ହେଉ ପ୍ରକୃତିରେ ।।


Rate this content
Log in

Similar oriya poem from Abstract