STORYMIRROR

Jyotirmoyee Mohanty

Inspirational

3  

Jyotirmoyee Mohanty

Inspirational

ଆସିଛି ମୁଁ ନୂତନ ବର୍ଷ

ଆସିଛି ମୁଁ ନୂତନ ବର୍ଷ

1 min
237

ଆସିଛି ମୁଁ ନୂତନ ବର୍ଷ 

ବିଗତ ବର୍ଷର ଯେତକ ଦୁଃଖ-ଦର୍ଦର 

ଅଭେଦ୍ୟ ପ୍ରାଚୀର ଭାଙ୍ଗି 

ହାତରେ ମୁକ୍ତି ମଶାଲ ଧରି 

ଅନ୍ଧାରର ବୁକୁଚିରି 

ଏ ମହୀ କରିବି ଆଲୋକିତ 

କୋଣେ ଅନୁକୋଣେ ଯାଇ ।


ପବନେ ପବନେ ଭରିଦେବି

ମାଦକତା ଯେତେ, 

ପ୍ରଶ୍ୱାସ ବାହୁ ହେଇ ସଞ୍ଚରି ଯିବି ସାରା ଦେହ

ଆସିଛି ମୁଁ ଆସିଛି ନୂତନ ବର୍ଷ 

ସମସ୍ତଙ୍କୁ ମୋ ଅଲିଗନେ 

ଦେବି ଏକ ନୂତନ ଶ୍ରୀହରଣ, 

ଜାଗ୍ରତ କରିବି ପ୍ରତ୍ୟେକଙ୍କ ହୃଦୟରେ ।


ଆସିଛି ମୁଁ ନୂତନ ବର୍ଷ,  

ଏହି ମୋ ସନ୍ଦେଶ ନେଇ

ତୁମେ ପରା ମନୁଷ୍ୟ ରୂପି ଦେବଗଣ 

ନିଜକୁ ନିଜେ ଚିହ୍ନ, ଜ।ଣ 

ଭୟ-ଆତୁରତା , ବାଧା-ବିଘ୍ନ ଶିକୁଳି ଛିଣ୍ଡାଇ 

ଅଗ୍ରସର ହୁଅ ଆଗକୁ ଆଗକୁ ଆହୁରି ଆଗକୁ 

ହିମାଳୟ ଗିରିଶୃଙ୍ଗ ଡେଇଁ 

ନିଜକୁ ଉଡାଇପାର ନୀଳ ଆକାଶରେ ।


ଆସିଛି ମୁଁ ନୂତନ ବର୍ଷ 

ସେହି ପୁତ୍ରହରା ମାଆ ର ପୁଅଟିଏ ହୋଇ 

ଅବଳା ନାରୀମାନଙ୍କ ସତ ସିଂହର  

ବଳ ସାଜି 

ଦୁଃଖୀ ଗରିବର ପେଟର ଭୋକ ମେଣ୍ଟାଇ 

ସେମାନଙ୍କ ଶୁଖିଲା ଓଠ ଧାରେ ହସ ଖେଳାଇ ।


ଆସିଛି ମୁଁ ନୂତନ ବର୍ଷ 

ନୂତନ ପ୍ରତ୍ୟୁଷର ନୂତନ ଅରୁଣ ହୋଇ 

ଝରାଇଦେବି ଫଲୁଗୁ ଧାରା, ବାନ୍ଧି ସାମ୍ୟ, ମୈତ୍ରୀ, ପ୍ରୀତି ଭାବନାରେ, 

ଭରିଦେବି ସଭିଙ୍କ ଜୀବନ କଳସୀ ଅମୃତରେ 

ମଧୁମୟ କରିବି ଜଗତ 

ଯୁଗେ ଯୁଗେ ପରା ଧର୍ମେ ଜୟ ପାପ କ୍ଷୟ 

ସେହି ଧର୍ମବତାର ପୁରୁଷ ମୁଁ ।


ଆସିଛି ମୁଁ ଆସିଛି ନୂତନ ବର୍ଷ ।

ଆସିଛି ମୁଁ ଆସିଛି ନୂତନ ବର୍ଷ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational