STORYMIRROR

ମୁକ୍ତିରାଣୀ ଦେବତା

Romance

4  

ମୁକ୍ତିରାଣୀ ଦେବତା

Romance

ଆସିଛି ମୌସୁମୀ

ଆସିଛି ମୌସୁମୀ

1 min
280

ପ୍ରୀତି ପରଶର ଦିଅଇ ଛୁଆଁ

ହୃଦୟେ ଜଳାଏ ପ୍ରେମର ନିଆଁ 

ନାଚିନାଚି ଯାଏ ବରଷା ରାଣୀ

ମୌସୁମୀ ଆଜି ଆସିଛି ପୁଣି।


ପ୍ରେମର ସମ୍ଭାର ସାଥିରେ ଆଣେ

ବିରହିଣୀ ଦୁଃଖ ସିଏ କି ଜାଣେ 

କାବ୍ୟ କବିତାରେ ପାଉଛି ଶୋଭା

କବିର ପ୍ରେୟସୀ ସେ ମନଲୋଭା ।


ନିଦାଘର କ୍ଳେଶ ନିଅଇ ହରି

ରୌଦ୍ରସମ ତାପ ଗଲାଣି ସରି

କୃଷିକାର୍ଯ୍ୟ ପୁଣି ପ୍ରାରମ୍ଭ ହୁଏ

ଚଷାଭାଇ ଗୀତ ମନକୁ ଛୁଏଁ ।


ଶୀତଳତାମୟ ଏ ପରିବେଶ 

ଚାଷୀଭାଇ ଓଠେ ଫୁଟଇ ହସ 

ସବୁଜିମାମୟ ଲାଗଇ ଧରା

ବିଧାତାଙ୍କ ସୃଷ୍ଟି କି ମନୋହରା ।


ମୌସୁମୀ ରାଣୀ ଦେଲାନି ଧୋକା

ସମୟରେ ଆସି ଦେଇଛି ଦେଖା 

ଚିତ୍ରଶିଳ୍ପୀ ହସ୍ତେ ସାଜଇ ଯେବେ

ଆତ୍ମହରା ହୋଇ ଉଠନ୍ତି ସର୍ବେ ।


Rate this content
Log in

Similar oriya poem from Romance