STORYMIRROR

Reeta aparajeeta Mohanty

Abstract

2  

Reeta aparajeeta Mohanty

Abstract

ଆସିଛି ହୋଲି -ରୀତା ଅପରାଜିତl

ଆସିଛି ହୋଲି -ରୀତା ଅପରାଜିତl

1 min
155

ହୋଲି ଭାରତର ଗୋଟିଏ ସୁନ୍ଦର ପର୍ଵ

ଏହା ଆମ ଗର୍ବ ଓ ଗୌରବ ର କଥା କୁହେ

ଭାରତର କୋଣ ଅନୁକୋଣରେ ନା ନା ଢଙ୍ଗ ରେ ଖେଳାଯାଏ

ପୁଣି ଆସିଛି ହୋଲି

ନାଲି ,ନେଳି ,ଗୋଲାପୀ ରଙ୍ଗ ନେଇ

ସ୍ନେହ ,ଶାନ୍ତି ,ମିତ୍ରତା ର ଭାବ ନେଇ

ମୁଣ୍ଡଫଟା ରଙ୍ଗ ନୁହେଁ ଆମ

ପରମ୍ପରା

ପ୍ରାକୃତିକ ରଙ୍ଗରେ ଖେଳିବା ହୋଲି

ମଦିରା ପାନ କରିବା ବି ନୁହେଁ ଆମ ସଂସ୍କୃତି

ନା ନା ଜାତିର ମିଠା ଓ ସର୍ବତ ପିଇ

ଆନନ୍ଦ ମନରେ ନାଚି ଗାଇ

ହୋଲି ର ପର୍ବ ପାଳିବା

ଜାତି -ଧର୍ମ - ଵର୍ଣ୍ଣ ସବୁ ଭୁଲି

ହସ ଖୁସିରେ ହୋ ହାଲ୍ଲା ରେ ପାଳିବା ହୋଲି

ଘର ବାହାର ଆକାଶ

ସବୁ ରଙ୍ଗଭରା

ଧରିଣୀ ରାଣୀ ନାନା ରଙ୍ଗର ଶlଢୀ ପିନ୍ଧି

ନବ ବଧୁ ପରି ଲାଗୁଛି

ସବୁଠି ରାଧା ଗୋବିନ୍ଦ ମନ୍ଦ ମନ୍ଦ ହସିବl ପରି ଲାଗୁଛି

ଜୀବନ କୁ ଏମିତି ରଙ୍ଗଭରା କରିବା

ଆମେ ସବୁ ଭାଇ ଭଉଣୀ ବନ୍ଧୁ -ବାନ୍ଧବ

ସବୁ ସମ୍ପର୍କରେ ରଙ୍ଗ ଭରିବା

ହସି ହସି ସ୍ୱlଗତ କରିବା ହୋଲି ପର୍ବ କୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract