STORYMIRROR

Jayashree Maharana

Abstract

2  

Jayashree Maharana

Abstract

ଆସିଛି ବିପତ୍ତି

ଆସିଛି ବିପତ୍ତି

1 min
99

ଆସିଛି ବିପତ୍ତି ଦେଖାଏ ଶକତି

ମୃତ୍ୟୁ ବିଭୀଷିକା ଖେଳି

ନିଷ୍ଠୁର ନିୟତି ଭରିଅଛି ଭୀତି

ଆତଙ୍କରେ ଦିଏ ଜାଳି ।


ଧନୀ କି ଗରିବ ଜନତା ସରବ

ହେଉଛନ୍ତି ଖାଲି ଭାଳି

ଜୀବନ ପଥରେ ଆସିଛି ସଙ୍କଟ

କେମିତିକା ହେବ ଟାଳି ।


ସଚେତନ ହୋଇ କରମ କରିବା

ପଡିବନି ଆମ ପାଳି

ଦୁଃଖରେ ଅଧିର ହେବାନାହିଁ ଆମେ

ଅଜ୍ଞାନତା ନୀଡ଼ ତୋଳି ।


ସ୍ୱଚ୍ଛତା ବଳରେ ବିପଦ ହାରିବ

ହୋଇବାନି ଆମେ ମେଳି

 ଦୂରତ୍ୱ ରଖିଲେ ସଙ୍କଟ ହଟିବ

ଶୁଭଫଳ ହେବ ଢାଳି ।


ବିପଦେ ଆମର ସାହା ଯେଉଁ ଜନ

 ସେବାରଙ୍ଗ ଦେହେ ବୋଳି

 ସ୍ୱଚ୍ଛ ହୃଦୟରେ ତାଙ୍କ ତ୍ୟାଗ ପାଇଁ

ଦେଉଥିବା କରତାଳି ।



Rate this content
Log in

Similar oriya poem from Abstract