ଆସିଛି ଅଗଷ୍ଟ ପନ୍ଦର
ଆସିଛି ଅଗଷ୍ଟ ପନ୍ଦର
ଆସିଛି ଅଗଷ୍ଟ ପନ୍ଦର
ଶିବପ୍ରସାଦ ସାହୁ
ଆସିଛି ଅଗଷ୍ଟ ପନ୍ଦର ,
ସ୍ଵାଧୀନ ଦିବସ ଆମର
ସଭିଙ୍କୁ କହଇ ସତ୍ୟ ଶାନ୍ତି ମୈତ୍ରୀ ,
ପ୍ରଗତିର କଥା ଦେଶର।
ସହି ସହି କେତେ କଷଣ ,
କେତେ ଯେ ପୁରୁଷ ମହାନ
ବିଦେଶୀମାନଙ୍କ ସାଙ୍ଗେ ଲଢ଼ି ଲଢ଼ି ,
ଦେଶକୁ କରିଲେ ସ୍ଵାଧୀନ।
ଗାନ୍ଧିଜୀ ନେହେରୁ ଲାଲାଜୀ ,
ବଲ୍ଲଭ ରାଜେନ୍ଦ୍ର ଶାସ୍ତ୍ରୀଜୀ ,
କାଳ କାଳକୁ ତ ଅମର ହୋଇଲେ
ଗୋପବନ୍ଧୁ ଆଉ ନେତାଜୀ ।
ଆହୁରି ଯେ ବୀର ଅନେକ ,
ସାଜିଲେ ସଂଗ୍ରାମୀ ସୈନିକ ,
ତାଙ୍କ ବୀର କଥା ସରିବନି ଏଠି
ଚିର ନମସ୍ୟ ସେ ପ୍ରତ୍ୟେକ ।
ଆମର ଜାତୀୟ ପତାକା
ବଢ଼ାଏ ଦେଶର ଏକତା
ଫରଫର ଉଡ଼ି ସଭିଙ୍କ କାନରେ ,
କହେ ସଂହତିର ବାରତା ।
ଜନଗଣମନ ସଙ୍ଗୀତ
କହେ ଦେଶ ଆମ ଭାରତ
ଦେଶର ଏକତା ରକ୍ଷା କରିବାକୁ ,
ଆଜି ନେବା ଆସ ଶପଥ ।
