STORYMIRROR

Suresh chandra Padhy

Classics

2  

Suresh chandra Padhy

Classics

ଆସିବ ମୋ କହ୍ନେଇ

ଆସିବ ମୋ କହ୍ନେଇ

1 min
123


ମୁଁ ଘରକୁ ସଜେଇ ଦେଲି 

   ମୋ କହ୍ନେଇ ଆସିବ ବୋଲି

ମୋ ମନ କୁ ସୁନ୍ଦର କଲି 

   ମୋ କହ୍ନେଇ ରହିବ ବୋଲି

କେତେ ଦିନୁ ଚାହିଁଛି ତତେ

ସତ କହ କେବେ ଆସିବୁ ମତେ

ତୋ ପାଇଁ ରଖିଛି ସର ଲବଣି

ଚାହିଁ ଦେ ଥରେ ତୋ ବାଙ୍କ ଚାହାଁଣି

ମୁଁ ପାଲିଙ୍କି ସଜାଇ ଦେଲି

   ମୋ କହ୍ନେଇ ବସିବ ବୋଲି

ତୋ ବିନା କେହି ନୁହେଁ ମୋର

ସବୁ ସମୟରେ ତୁ ଏକା ନିଜର

ତୁ ମୋର ଧନ ତୁ ମୋର ସଙ୍ଖାଳି

କେବେ ଦେଖିବି ତତେ ଆରେ  

ବନ ମାଳି

 ମୁଁ ଫୁଲ କୁ ସଜାଇ ଦେଲି

   ମୋ କହ୍ନେଇ ଦେଖିବ ବୋଲି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics