Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sourav Jal

Romance

4  

Sourav Jal

Romance

ଆସିବ କି

ଆସିବ କି

1 min
384


ନିଦାଘ ରୁଦ୍ର ତାପ ଭରା ମରୁଭୂମେ

ଶୁଖିଲା ହୃଦ ମାଟି କୋଣ ଅନୁକୋଣେ

ଚିରହରିତ ଶସ୍ୟଶ୍ୟାମଳା ସବୁଜିମା

ବରଷା ସାଥିରେ ନେଇ

ଆସିବ କି ।


ଅବିର ରଙ୍ଗେ ମୀନ ଭ୍ରମଣ

ଚତୁର୍ପାଶ୍ୱ ପ୍ରୀତିର ଢେଉ ନାଚିବାକୁ

ହାତରେ ସୁନେଲି ରଙ୍ଗ

ପ୍ରେମ ପାଖୁଡା ନେଇ

ଆସିବ କି ।


ତିକ୍ତତା ଭରା ନିରାଶା ଜୀବନେ

ମଧୁଲଗନେ ମଧୁମୟ ପରଶ

ଅସୁମାରି ସପନ ନେଇ

କୋମଳ ସାତରଙ୍ଗ ପ୍ରଜାପତି ହୋଇ

ରୂପବର୍ଣ୍ଣା ସମ୍ମୋହନରେ

ଆସିବ କି ।


ସ୍ୱପ୍ନିଳ ଶବ୍ଦ ମାନଙ୍କୁ ସଜାଡି

ବାସ୍ତବିକ ଲେପ ହାତେ ଦେଇ

ମନ କୋଠରୀ ର ପ୍ରତି କୋଣରେ

ଧାଵମାନ ଅସହାୟ କଳ୍ପନା ଭିତରେ

ଅପୂର୍ଵ ପ୍ରିୟତମା ହୋଇ

ଆସିବ କି ।


ନିଶବ୍ଦ ରାତିର ରମଣୀ ସାଜି

ଅମାନିଆ ଚାହାଣିରେ

ମୋ ଜୀବନ ସଳିତା

କିଛି ମିଠା ମିଠା ସ୍ମୁତି ପାଛୋଟି

ଲାଳାୟିତ ସପ୍ନ ର ଜନ୍ମ ନେଇ

ଏକ ସୂତ୍ରେ ଜୀବନ ବାନ୍ଧିବାକୁ

ଆସିବ କି ।


ନବୀନ ହରଷ ବାରତା ବହି

ପଙ୍କରେ ପଦ୍ମ ଯେପରି

ମୟୁର ନୃତ୍ୟ କଳାମେଘେ

ହାସ୍ୟମୟୀ ତରୁଣୀ ରୂପବତୀ

ମୋର ଭଗ୍ନ ହୃଦୟରେ

ଆସିବ କି ।


ନିଶାଚର ଜୁଳୁଜୁଳିଆ କୀଟ ସମ

କ୍ଷୁଦ୍ର ଦୀପଶିଖା ଧରି

ଆଶାର ଇନ୍ଧନ ନେଇ

ଜୀବନେ କ୍ଷଣିକ ପାଇଁ

ଆଲୁଅ ର ଛାଇ ହୋଇ

ଆସିବ କି ।


ଅପେକ୍ଷା ରେ ରହିଲି

ସତରେ ଆସିବ କି ।


Rate this content
Log in

Similar oriya poem from Romance