ଆଶାର ମରିଚିକା
ଆଶାର ମରିଚିକା
ମିଳେନା ସଭିଙ୍କୁ ଜୀବନେ ମୁଲ
ସବୁ ସୁଢଳ ସୁୁୁନ୍ଦର;
ହୁଏ ନାହିଁ ସହଜ ସଦା ସମ୍ଭାଳିବା
ଏ ମେଦିନିିିରେ ବଞ୍ଚିବାର ଭାର।
ସରଳ ନୁହେଁ ହସିବା ସମୟର
ସୁୁନେଲି ବହ୍ନିରେ,
ନ ମିଳେ ଯେ ଧୂଆଁ
ସେଇ ଚିତ୍ରଭାନୁରେ।
ବଞ୍ଚୁଥିଲେ ବି ପ୍ରତିକ୍ଷଣେ ମରି ମରି;
ଜୀଇଁବାକୁ ହୁଏ ଜୀବନ
ମୃତ୍ୟୁକୁ ଡରି ଡରି ।
ଆକାଂକ୍ଷିିତ ସ୍ଵପ୍ନର ପ୍ରସୂନ
ମିଳେନା କେତେବେଳେ;
କୁହୁଡ଼ିର ପ୍ରହେଳିିିକା ପଛେ
ଧାଇଁ ଧାଇଁ କାଳେ କାଳେ।
କେତେ ଯେ ଥାଏ ମରିଚିକା
ଶୈଳସମ ଜୀବନ ମରୁବାଲିରେ;
ଅବିିିଶ୍ରାନ୍ତ ଚାଲିବା ସାଧ୍ୟ ତ ନୁହେଁ
ବିନ୍ଦୁ ବିିିନ୍ଦୁ ଅମ୍ବୁର ଆଶାରେ ।
ମାନେ ନାହିଁ ନ ଥାଏ
ପ୍ରିତି ପିୟୁଷ କେଉଁଠି;
ମିଳେନା ସେଠି କିନ୍ତୁ
ଆଶାଟି ଥାଏ ଯେଉଁଠି ।
ଆକର୍ଷିତ କରେ ସଦା ସୁଦୂର
ଶିଖରୀ ସବୁଜ ସୁନ୍ଦର ;
ବଦଳେନା ଦୁୁୁନିଆଁ ଆନର
ଥାଏ ଯାହା ଅଧିକ ଛନ୍ଦା ଜାଲର।
ବଦଳେନା ପଥ ଦୁର୍ଗମ କେବେହେଁ
ଯାହା ବିହିର ରଚନା ;
ଚାଲନ୍ତି ସର୍ବେ ନିିଜ ନିିଜ ଧାରେ
ସେ ତ ନିୟତିର ସୃୃୃଜନା ।
ହୁଏନା ଶେଷ କେବେ ଜୀବନ ସଂଗ୍ରାମ
ଜୀବ ଥିବାଯାକେ ସଂସାରେ,
ନାହିଁ ତ ଯୁଦ୍ଧ ବିରାମ ।
ବିନା ସଂଘର୍ଷ ପ୍ରାପ୍ତିରେ
ନାହିଁ ଯେ ତୃୃପ୍ତି ;
ତିକ୍ତ ମନର ଶକ୍ତିକୁ ବାନ୍ଧେ
ଅଲେଖା ଚୁୁୁକ୍ତି ।
ଆଗେେଇ ଚାଲ ଲଢୁଆ
ମଣିିଷର ଅଭିଳାଷା ନେଇ
ସଦାସର୍ବଦା,
ନଚେତ୍ ତିଷ୍ଠି ବାକୁ ଦେବନି କେବେ
ବିିିଶ୍ୱମ୍ଭରା ଲେଲିହାନ
ଆଖିର ଉଗ୍ରତା ।