STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Abstract Inspirational

4  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Abstract Inspirational

ଆଶାର ଆଲୋକ

ଆଶାର ଆଲୋକ

1 min
217


ଜୀବନର ଅମା ଅନ୍ଧାକାର ପଥେ 

ସାହା ଏକା ଆଶାର ଆଲୋକ, 

ସମ୍ଭାବନାର ଗଣ୍ଠିଲିକୁ ମୁଣ୍ଡେଇ 

ଆଗକୁ ଆଗ ମାଡି ଚାଲେ ପଥିକ। 

ତୁମର ହେଉ କି ମୋର ହେଉ 

ଭବିଷ୍ୟତଟା ଅନିଶ୍ଚିତ ସମସ୍ତଙ୍କର, 

ଭାବି ନେଲେ ଆସେ ଯେତେ ଦୁଃସ୍ଚିନ୍ତା 

ଲାଗେ ନିଜର ଅସ୍ତୀତ୍ଵଟା ଭାରି ଭୟଙ୍କର। 

ଆଶାରେ ଭରସା ବିଶ୍ଵାସ ଥିଲେ ରଖି 

ମନେ ଭରି ଯାଏ ଅସରନ୍ତି ଆଗ୍ରହ, 

ଦିଏ ପ୍ରେରଣା ପ୍ରାଣେ ଆସେ ପୁଲକ 

ହୃଦେ ବହେ ଆନନ୍ଦ ଉଲ୍ଲାସର ପ୍ରବାହ। 

ଆଶା ଜୀବନର ଏକ ସହଜାତ ପ୍ରବୃତ୍ତି 

ବଞ୍ଚିବାର ରାହା ଆଗକୁ ବଢିବାର ଅଭୀପ୍ସା, 

ସଦା ସଚେତନ କରି ମନେ ଆଙ୍କିଦିଏ 

ଉଜ୍ଜ୍ବଳ ଭବିଷ୍ୟତର ଜୀବନ ନକ୍ସା।

ସକରାତ୍ମକ ନକରାତ୍ମକ ଦ୍ଵନ୍ଦ ଚିନ୍ତାଧାରାର

ସପନ ସାଗରେ ଆଶା ଭାସମାନ ଭେଳା,

ସଫଳତାର କୂଳେ ପହଞ୍ଚିବାକୁ 

କରେ ସହାୟତା ଆଣି ଜୀବନର ଶୃଙ୍ଖଳା। 

ସେ ଆଶା ଆଶା ନୁହେଁ ଯାହା 

ବ୍ୟକ୍ତି ବିଶେଷକୁ କରେ ଦିଗଭ୍ରଷ୍ଟ ପଥହରା,

ଆଶା ନିଜକୁ ଗଢିବାର ଏକ ମନ୍ତ୍ର 

ସଂକଳ୍ପବଦ୍ଧ କରାଏ ପୂର୍ଣ୍ଣ କରିବାକୁ ଅଧୁରା। 

ଆଲୋକର ପାଶେ କେବେ ତିଷ୍ଠି ପାରେନା 

ମାୟା ଅନ୍ଧକାରର ଲେସ୍ ମାତ୍ର,

ଆଶାର ଆଲୋକରେ ସୁପଥ କରି ନିର୍ଣ୍ଣୟ 

ଚଳମାନ ପଥିକ କରେ ଜୟଯାତ୍ରା।

ଆଶା ଅସରନ୍ତି ନାହିଁ ତାର ଆଦି ଅନ୍ତ 

କଲେ ତା' ନିଜ ଦକ୍ଷତା କ୍ଷମତା ଅନୁଯାୟୀ,

ପ୍ରଚେଷ୍ଟା ଉଦ୍ୟମେ ବଳେ ପରିଶ୍ରମ କରି 

ଏ ସଂସାରେ ମଣିଷ ହୁଏ ବିଜୟୀ। 

ତୁଚ୍ଛ ମିଛ କାମନାର ସ୍ଵାର୍ଥଭରା ଆଶା 

ମନେ ଭରିଦିଏ ହିଂସା ଇର୍ଷା ଅହମିକା, 

ସେ ଆଶା ଆଶା ନୁହେଁ ଯାହା 

ଜୀବନକୁ ଜଟିଳ କରି ଦିଏ ଧୋକା। 

ଲୋଭ ମୋହ ଭରା ସାରା ପାର୍ଥିବ ଜଗତେ 

ଆଶାର ଆଲୋକ ଜୀବନର ଲକ୍ଷ୍ୟ ଉଦ୍ଦେଶ୍ୟ, 

ବିବେକ ବୁଦ୍ଧି ଖଟାଇ ଜ୍ଞାନୀ ଗୁଣୀ 

ବୁଝି ପାରିଥାଏ ଏ ସୃଷ୍ଟିର ଲୁକ୍କାୟିତ ରହସ୍ୟ।

    


Rate this content
Log in

Similar oriya poem from Abstract