STORYMIRROR

Sanjukta Padhi

Romance

3  

Sanjukta Padhi

Romance

ଆଶା

ଆଶା

1 min
182


ଯଦି ଏମିତି ହୁଅନ୍ତା

ଦୁଇ ଟଙ୍କିଆ ଚାଉଳ

କେଣ୍ଡା କେଣ୍ଡା ସୁନା

ହୋଇ ଯାଇଥାନ୍ତା,

ମୋଦିଙ୍କର ସ୍ୱପ୍ନାଦେଶ

ସ୍ୱଚ୍ଛ ଭାରତଟା

ସୁବର୍ଣ୍ଣପୁର ହେଇଥାନ୍ତା,

କର୍ମ ନିଯୁକ୍ତି ବିଜ୍ଞାପନରେ

ସୁନାବେଶର ପ୍ରତିଯୋଗିତା

ଘମାଘୋଟ ଚାଲୁ ଥାଆନ୍ତା।

ବେପାରୀ ସୁଲଭ ମୂଲ୍ୟରେ

ସୁନା ବିକିବା ଦେଖି

ଚାଷୀ ବିଲରେ ମାଟି ଖୋଜନ୍ତା।

ସୁନା ଗଛ ସୁନାଘର ସୁନାଫୁଲ

ଗୋଡ଼ି ମାଟି ପଥର ସୁନାର,

ଆଉ ଆବଶ୍ୟକ ନଥାନ୍ତା

ରାଜନୀତି ଦରବାର ର।।

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance