ଆଶା
ଆଶା
ଆଶା ସେ ତ ବୈତରଣୀ
ନାହିଁ ତାର ଅନ୍ତ
ଦୁଃଖର କାରଣ ଆଶା
କରେ ହନ୍ତସନ୍ତ ।
କର୍ମ କର, ଫଳେ ଜମା
ଆଶା ରଖ ନାହିଁ
କର୍ମ ଜାଣି ଫଳ ନିଶ୍ଚେ
ମିଳିଥାଏ ଭାଇ ।
ପ୍ରାପ୍ୟ ଠାରୁ ବେଶି ଯିଏ
କରୁଥାଏ ଆଶା
ଚିର ସାଥୀ ପାଲଟେ ତା
ଦୁଃଖ ଓ ଦୁର୍ଦ୍ଦଶା ।
ଅବଶ୍ୟ ଅଧିକ ସୁଖ
ଆଶାରେ ମିଳଇ
ନହୋଇଲେ ଆଶା ପୂର୍ଣ୍ଣ
ପରାଣ ଜଳଇ ।
ଉଚ୍ଚ ଆଶା ନୁହେଁ ମନ୍ଦ
ଅଗ୍ରଗତି ପାଇଁ
କଷ୍ଟ କଲେ ମିଳେ କୃଷ୍ଣ
ଭୁଲିଯିବ ନାହିଁ ।
