STORYMIRROR

Banalaxmi Mohanty

Inspirational

3  

Banalaxmi Mohanty

Inspirational

ଆଶା

ଆଶା

1 min
186


ଆଶା ଥିଲା ମୋର

      ହେଵି ମୁହିଁ ଦିନେ

ମହା ଵିଦ୍ୟାଳୟ ଆଧ୍ୟାପିକା

    ହେଲେ ଆଶା ମୋର ,

ଆଶାରେ ରହିଲା 

  ଭାଗ୍ୟ ଦେଲା ମୋତଧୋକା।।

କରି ଵିଦ୍ୟା ଦାନ 

     ଛାତ୍ର ଛାତ୍ରୀ ଙ୍କୁ ମୁଁ 

ଲଭିଵି ଆତ୍ମ ସନ୍ତୋଷ

    ଶିଖାଇଵି ତାଙ୍କୁ 

ସୁଗୁଣ ସଂସ୍କାର

   ଦେଖାଇ ଜ୍ଞାନ ଆଲୋକ।। 

ନିଜଵିଦ୍ୟା ନିଜ 

     ହୃଦୟେ ସାଇତି

କାଟିବି ଆଜି ମୁଁ କାଳ 

   ପ୍ରଭୁ ଦୟାକଲେ

ଵିତରିଵି ତାକୁ

  ନିଶ୍ଚୟ ଆସିବ ଵେଳ ।।

ସେହି ଦିନ ଆଦି

     ଆସି ଯାଇଛି ରେ

ଉତ୍ ଫୁଲ୍ଲିତ ହୁଏ ମନ

   ସାହିତ୍ୟ ଆସରେ

ଭାଗନେଇ ମୁଁ ଯେ

  ରଖିବି ଵିଦ୍ୟାର ମାନ ।।

ଏଇ ଆଶା ନେଇ

    ଯିବି ମୁଁ ଆଗେଇ

ଓଡିଆ ଭାଷା ର ପାଇଁ 

    ମୁଁ ଜଣେ ଓଡ଼ିଆ 

କହିବି  ଗରଵେ

  ସରଵେ ଥିଵେରେ ଚାହିଁ   ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational