STORYMIRROR

Gangotri Priyadarshini

Romance Tragedy

3  

Gangotri Priyadarshini

Romance Tragedy

ଆଶା ମୋର ପ୍ରେମ ପରିଭାଷା

ଆଶା ମୋର ପ୍ରେମ ପରିଭାଷା

1 min
273


ତୁମ ସହ ସଞ୍ଚିତ

ସବୁ ସ୍ମୃତି ଅନୁଭୂତି କୁ ରଖିଛି 

ହୃଦୟେ ସାଇତି,

ଶବ୍ଦ ମଞ୍ଜି ବୁଣି ସଜେଇବି ପ୍ରୀତି କିମ୍ୱଦନ୍ତୀ !!


ତୁମ ପ୍ରେମ ଅପାସୋରା

ମାେ ପାଇଁ ତୁମେ ଦିତ୍ୱୀୟ ଈଶ୍ୱର ପରା

ଭୁଲି କି ପାରିବି ତୁମ ଅମୃତ ସ୍ପର୍ଶ

ଆଜି ମୋ ପାଇଁ ସେତିକି ହିଁ ଶେଷ ଅବଶୋଷ !!


ପ୍ରତି କ୍ଷଣେ ଚକ୍ଷୁ ସ୍ନାତ

ରାତ୍ରୀ କୋଳେ ହଜି ତ୍ୟାଗି ଦିଏ ସୁପ୍ରଭାତ

ଅଧିରେ ନିଃଶ୍ୱାସ ପ୍ରଶ୍ଵାସ ହେଉଛନ୍ତି ଆତଯାତ

ବିରହ ଯନ୍ତ୍ରଣା ବିହି ପ୍ରଦାନେ ହେଲି ଆହତ !!


ଯନ୍ତ୍ରଣା ର ନାହିଁ କି ଅନ୍ତ

ଭୁଲି ସବୁ କ୍ଷତ ଚିତ୍ର କରିନିଅ କୋଳାଗ୍ରତ

ସମ୍ପର୍କ ର ମାନ ରଖି ସାଜି ନବ ଅଭ୍ୟାଗତ

ସ୍ପନ୍ଦନ ବେଗ ପ୍ରବଳ ବିବେକ କରି ଜାଗ୍ରତ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance