STORYMIRROR

Bijaya Kumar Swain

Inspirational

2  

Bijaya Kumar Swain

Inspirational

ଆସ ଯୋଗ କରିବା

ଆସ ଯୋଗ କରିବା

1 min
98

ଦୀର୍ଘାୟୁ ନିରୋଗ ରହିବା ପାଇଁ କି

 ଯୋଗ ଅଟେ ମହୌଷଧି

କରୁଥିଲେ ଯୋଗ ରହିବା ନିରୋଗ

 ପାଳିଲେ ଯୋଗର ବିଧି।


ପୂରୁବ କାଳରେ ଋଷି ମହାଋଷି

 ଯୋଗଟି ଆଚରୁ ଥିଲେ

ସେଥିପାଇଁ ସିନା ନିଜେ ସୁସ୍ଥ ରହି

 ଦୁନିଆଁକୁ ଶିକ୍ଷା ଦେଲେ।


ନିତି ଯୋଗାଭ୍ୟାସ ଆଚରଣ କଲେ

 ମନ ସନ୍ତୋଷ ରହିବ

ସୁସ୍ଥ ନିରାମୟ ଜୀବନ ବଞ୍ଚିବ

 ଏକଥା ମିଥ୍ୟା ନୋହିବ।


ମନକୁ ନିର୍ମଳ ରଖିବା ପାଇଁ କି

 ପ୍ରାଣାୟମ କରୁଥିବ

ସଂସାର ଜଞ୍ଜାଳ ହେଲେ ବି ବିଷମ

 ପ୍ରାଣ ଅମୃତ ହୋଇବ।


ଯୋଗ ଆଚରିଲେ ସୁଖ ଭୋଗ ହେବ

  ଜୀବନ ବିତିବ ସୁଖେ

ସମୟ ବିତିବ ହର୍ଷ ଆନନ୍ଦରେ

  ରୋଗ ନ ପଶିବ ପାଖେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational