ଆସ ସୁଧୁରିଯିବା
ଆସ ସୁଧୁରିଯିବା
ମାଟି ଉପରେ
ନିଶ୍ୱାସ ପ୍ରଶ୍ୱାସ ନେବା କଷ୍ଟ
ପାଣିରେ ବି ମିଶିଛି
ନାଳ ନର୍ଦମାର ହଳାହଳ ବିଷ,
ଜଳ ସ୍ଥଳ ଆକାଶ
ଚାରିଆଡ ପ୍ରଦୂଷିତ,
ଚାରିଆଡେ ଅଙ୍ଗାରକାମ୍ଳର
ମାତ୍ରାଧିକ ନିର୍ଗତ
ବଢ଼ାଉଛି ପୃଥିବୀର ଉତ୍ତାପ,
ସୂର୍ଯ୍ୟର ଅଗ୍ନି ବର୍ଷା ସହ
ଏଠି ସେଠି, ସବୁଠି ହେଉଛି
ଯିବ, ଜନ୍ତୁ, ବନସ୍ପତିର ବିନାଶ ।
ସବୁଜିମାର ହତ୍ୟା
ସବୁଦିନ ଚାଲିଛି,
ପରିବେଶ ବଦଳୁଛି
ଜୀବନ ବଂଚିବା ପାଇଁ
ଜଳଛଣା, ବାୟୁଛଣା ଯନ୍ତ୍ରର
ଆବଶ୍ୟକତା ପଡୁଛି,
ଅମ୍ଳଜାନର ଥଳିଟିଏ ଧରି
ସାଥିରେ ବୁଲିବାର ସୁଯୋଗ
ମଣିଷ ତା'ପାଇଁ କରୁଛି ।
ଦ୍ରୁତ ଶିଳ୍ପାୟନ
ଶବ୍ଦ ପ୍ରଦୂଷଣ କରୁଛି,
ଜଙ୍ଗଲର ଅବକ୍ଷୟ
ମୃତ୍ତିକାର କ୍ଷୟ ବଢ଼ାଉଛି ,
ଖାଦ୍ୟ ବି ବିଷମୁକ୍ତ ନୁହେଁ
ବିଷମୟ ହୋଇଛି,
ଜୀବନ ବଞ୍ଚିବାପାଇଁ
ଦିନ ରାତି ସଂଘର୍ଷ କରୁଛି ।
ଏ ସବୁର ସୁରକ୍ଷା ପାଇଁ
ସୁସ୍ଥ ପରିବେଶ ପାଇଁ
ପ୍ରଥମେ ସଚେତନ ହେବା,
ଶକ୍ତିଶାଳୀ ଉଦ୍ୟମ ସହ
ହରତାଳ କରିବା
ଧର୍ମଘଟ କରିବା
ବିଶୁଦ୍ଧ ଜଳବାୟୁ ଏବଂ
ଖାଦ୍ୟର ନିରାପତ୍ତା ଲୋଡ଼ିବା,
ମନୁଷ୍ୟକୃତ ପରିବର୍ତନକୁ
ପ୍ରାଣପଣେ ରୋକିବା,
ପ୍ରକୃତି ସତର୍କ ଘଣ୍ଟି ଦେଲାନି
ଆସ ଆମେ ସୁଧୁରିଯିବା ।
