STORYMIRROR

Anil kumar Pradhan

Romance Tragedy

3  

Anil kumar Pradhan

Romance Tragedy

ଆସ କେବେ

ଆସ କେବେ

1 min
184

ତମେ କେବେ ,

ଆସ ମୋ ପାଖକୁ

ଛାତିଚିରି ଦେଖେଇବି

ତୁମ ବିନା ବିଦୀର୍ଣ୍ଣ ହୃଦୟକୁ ।

ନିଗିଡ଼ି ଗଲେ ଯିବ ସେଦିନ

ବୁନ୍ଦା ବୁନ୍ଦା ସବୁ ରୁଧିର

ଅଥଚ ,ତୁମେ ବୁଝିଯିବ

ପ୍ରକୃତ ପ୍ରେମର ମୂଲ ।

ନିତି କାନ୍ଦୁଛି ,

ଲୁହ ନୁହେଁ ଲହୁକୁ ନିଗାଡ଼ି

ତୁମେ ଗଲାପରେ ଛାଡି

ଶକ୍ତି ଅଛିତ'

ଓଦା ହେବାକୁ ଅଶ୍ରୁରେ

ଆସ କେବେ

ଅତୀତକୁ ଧରି

ବର୍ତମାନ ଛାଡି ।

ବଞ୍ଚିଛି ଆଜିବି

ସ୍ମୃତି ସାଉଣ୍ଟି ସାଉଣ୍ଟି ,

ତୁମବିନା

ଆସ କେବେ

ପୂର୍ଣ୍ଣିମା ଲିପିର ଚାନ୍ଦ ଘେନି

ହୃଦୟଙ୍ଗମ କରିଯିବ

ଵାସ୍ତବ ପ୍ରେମ '

ତ୍ୟାଗ ଆଉ ପ୍ରତାରଣା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance