STORYMIRROR

Anupama Sahu

Children

4  

Anupama Sahu

Children

ଆସ ଜାଣିବା ଓଡିଶା କଥା

ଆସ ଜାଣିବା ଓଡିଶା କଥା

1 min
236

ଆସ ପିଲାଏ ଜାଣିବା ଆମେ 

        ଆମ ଓଡିଶା ଖ୍ୟାତି 

ମଧୁସୂଦନ ଗୋପବନ୍ଧୁ ଯେ

         କବି କୁଳର ବତୀ।୧।

ନଦୀ ଭିତରେ ମହାନଦୀ ଯେ 

          ବହୁଛି ମନ ଜାଣି

ହ୍ରଦେ ଚିଲିକା ସାର ଯେ ପୁଣି 

          ନିଅଇ ମନ କିଣି।୨।

ପର୍ବତ ମଧ୍ୟେ ଶ୍ରେଷ୍ଠ ଅଟଇ 

         ଆମରି ଦେଓମାଳି 

ପାରାଦ୍ବୀପ ଯେ ବନ୍ଦରେ ସାର 

       ଲାଗେ ଜାହାଜ ଭେଳି ।୩।

ପୋଷାକ ମଧ୍ୟେ ଜାତୀୟ ଅଟେ 

         ଆମରି ଗାନ୍ଧୀ ଖଦି 

ଚାନ୍ଦୁଆ ପାଇଁ ପିପିଲି ସାର 

          ମନକୁ ଯାଏ ଭେଦି ।୪।

ଶିମିଳିପାଳ ସବୁଜ ଘର

          ଜଙ୍ଗଲ ମଧ୍ୟେ ସାର 

ଶୋଭାବନ ନନ୍ଦନ କାନନ 

           ପଶୁ ପକ୍ଷୀଙ୍କ ଘର ।୫।

ଶିରୀକ୍ଷେତର  ବଡଠାକୁର 

         ସାରା ବିଶ୍ବରେ ଖ୍ୟାତ 

କୋଣାରକ କାରୁକାର୍ଯ୍ୟ ଦେଖି 

           ଜଗତ ଆଚମ୍ବିତ।୬।

ଓଡିଶୀ ନୃତ୍ୟ ଦେଶେ ବିଦେଶେ 

           ବଢାଏ ଆମ ଗର୍ବ

ଦୋଳ ପୁଣି ରଜ ଦଶହରା 

        ପାଳୁରେ କେତେ ପର୍ବ ।୭।

ଆମେ ଓଡିଆ ଭାଷା ଓଡିଆ 

         ଶ୍ରେଷ୍ଠ ଓଡିଆ ବୀର 

ସଭିଏଁ ଆମେ ଭାଇ ଭଉଣୀ 

           ଗରବ ଓଡିଶାର।୮।


           

            


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children