STORYMIRROR

Sushantkumar Pradhan

Inspirational

3  

Sushantkumar Pradhan

Inspirational

ଆସ ହେ ଉଣେଇଶି

ଆସ ହେ ଉଣେଇଶି

1 min
310


ପୀୟୁଷ ପରଶେ ଦିଅ ହେ ଉଣେଇଶି

ହସୁ ସସାଗରା ଧରା

ନବୀନ ଅରୁଣ କିରଣେ ଝଲସୁ

ମହକୁ ମୁଲକ ସାରା ।।

ଯାଇଛି ଅଠର ଆଣିଛି ଉଣେଇଶି

ସ୍ମୃତି ଅନୁଭୂତି ପେଡି

ନବ ଉନ୍ମାଦନା ନବୀନ ପୁଲକେ

ବିତିଯାଉ ଦିନ ରାତି ।।

ପ୍ରତୀକ୍ଷାର ଅନ୍ତ ଘଟାଅ ସଅଳ

ଆସ ଧରି ନୂଆ ଆଶା

କରେ ଅନୁନୟ ଶିଖୁ ଏ ସମୟ

ପରିବର୍ତ୍ତନର ଭାଷା ।।

ପୁର ପଲ୍ଲୀ ଗ୍ରାମ ଦେଶ ଆଉ ବିଶ୍ୱ

ତୁମ ଆଗମନେ ହସୁ

ତୁମ ଅବସ୍ଥାନ ସବୁରି ମନରେ

ଦେଶପ୍ରେମ ଭାବ ଜାଗୁ ।।

ସୁଶାନ୍ତ ପ୍ରଧାନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational