Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Rama chandra Pradhan

Inspirational Children

4  

Rama chandra Pradhan

Inspirational Children

ଆସ ଦେଶ ପାଇଁ ଜୀବନ ଦେବା

ଆସ ଦେଶ ପାଇଁ ଜୀବନ ଦେବା

1 min
257


ଭାରତ ମାତାର ଆମେ ସୁସନ୍ତାନ

ଆସ ତା' ସେବା କରିବା

ସମର୍ପିତ ମନେ ଦେଶ ରକ୍ଷା ପାଇଁ

ଆମେରେ ଜୀବନ ଦେବା l

ଆମେ ଭାରତୀୟ ଭାରି ସ୍ୱାଭିମାନୀ

ଏକତାରେ ସବୁ ବନ୍ଧା

ପଛଘୁଞ୍ଚା ନାହିଁ ଆମରି ଜାତକେ

ଆସୁ ଯେତେ ଝଡ଼ଝଞ୍ଜା l

ହାତରେ ତ୍ରିରଙ୍ଗା କାନ୍ଧରେ ବନ୍ଧୁକ

ତୁଣ୍ଡେ ଜନ ଗଣ ଗାଇ

ଭୋକ ଶୋଷ ନିଦ ସବୁ ଭୁଲିଯିବା

ଆମ ମାତୃଭୂମି ପାଇଁ l

ଦେଶର ପ୍ରଗତି ପଥେ ଅନ୍ତରାୟ

ହୁଅ ନାହିଁ କେବେ କିଏ

ସର୍ବେ ହୋଇ ଏକ ଦିଅ ତ' ଜବାବ

ବାଧା ଦେଉଅଛି ଯିଏ l

ଆଳସ୍ୟକୁ ତ୍ୟାଗି ହୁଅରେ ଜାଗ୍ରତ

ସମୟ ଆସିଛି ଏବେ

ଆମ ବୀରପଣ ଦେଖି ଶତ୍ରୁଗଣ

ଆଉ ଆସିବେନି କେବେ l



Rate this content
Log in