STORYMIRROR

Ranjit Sahu

Romance Classics Others

3  

Ranjit Sahu

Romance Classics Others

ଆସ ବଉଳ ବସିବା

ଆସ ବଉଳ ବସିବା

1 min
126

ବନ୍ଧୁ ବାନ୍ଧବର ଯେତେ ହେଉ ଦେଖା 

ସବୁଠୁଁ ବଡ଼ ତୁମର ମିଳନ,

ତୁମେ ସାଥେ ଥିଲେ ସଖୀ ରଙ୍ଗ ଭରେ, 

ଯାନୀ ଯାତ୍ରା ହୁଏ ଯେବେ ପାଳନ I 


ତୁମ ବିନା ଫିକା ଲାଗେ ସବୁ ପର୍ବ,

ହେଉ ଯେତେ ସାଜସଜ୍ଜା ମୋ ଘରେ,

ତୁମ ପାଦ ଯଦି ନ ଡିଏଁ ଏରୁଣ୍ଡି,

ଉଦାସୀନତା ହିଁ ଭରେ ପର୍ବରେ I 


ତୁମ ମନ ଲୋଭା ଚାହାଣୀରେ ଲେଖା,

ସ୍ମୃତି ମୋର ପ୍ରତିଟି ଉତ୍ସବର,

ତୁମେ ପ୍ରାଣ ଢାଳ ମେଢ଼ ମେଲାଣିରେ,

କର ସଭିଙ୍କୁ ଭାବରେ ବିଭୋର I 


ଖୋଜିକି ବାହାନା ପର୍ବାଣିର ଯେବେ,

ସାରଣୀରେ ଆଜି ଆଖି ହଜିଲା,

ତିଥିର ତାତ୍ପର୍ଯ୍ୟ ବୁଝିପାରି ପୁଣି ,

ତୁମକୁହିଁ ମନ ଆଜି ଖୋଜିଲା I  


ପୌଷର ଶୀତଳ ପବନ ବହିଲା,

ବକୁଳ ଉଆଁସ ପୁଣି ଆସିଲା,

ଆସଗୋ ସଖୀ ମୋ ବଉଳ ବସିବା, 

ଆମ୍ବ ଗଛରେ ବଉଳ ବାସିଲା I 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance