STORYMIRROR

Mamatamanjari Das

Fantasy Others

3  

Mamatamanjari Das

Fantasy Others

ଆସ ବନ୍ଧୁ ଯିବା ଗାଁକୁ ଫେରି

ଆସ ବନ୍ଧୁ ଯିବା ଗାଁକୁ ଫେରି

1 min
13.1K


ଆସ ବନ୍ଧୁ ଯିବା ଗାଁକୁ ଫେରି

ତୋଳିବା ସେଇଠିି ଘର

ସେନେହ ପୀରତି ବାଣ୍ଟିବା ସେଇଠି

ଗଢିବା ସୁନା ସଂସାର ।

ସହରଟା ସିନା ଚାକ ଚକ୍ୟେ ଭରା

ଭରିଛି କେତେଯେ ବିଷ

ସ୍ନେହ ବଦଳରେ ପ୍ରତାରଣା ଏଠି

ମିଳେ ନାହିଁ ଖୋଲା ହସ ।

ଗାଁ ମାଟି ଗୋଡି ପାଣି ପବନ ରେ

ଥାଏ କେତେ ମିଠା କଥା

ଥରୁଟିିିଏ ସେଠି ପାଦ ରଖି ଦେଲେ

ଛାଡିଲେ ଲାଗଇ ବ୍ୟଥା ।

ହିଂସ୍ର ଯନ୍ତୁୁ ସମ ସହରି ମଣିଷ

ଦିନ ରାତି ବାଣ୍ଟେ ବିଷ

ଅଣ ନିଶ୍ୱୱସି ଏ ସଂସାର ଜଞ୍ଜାଳେ

ମନ ଚାହେଁ ଖୋଲା ହସ ।

ଗାଁ ରେ ଆମର ସିନା ଚାଳ ଘର

ହେଲେ ସହର ଠୁ ଭଲ

ନଥାଏ ସେଠାରେ ଛନ୍ଦ କିପଟ

ସଭିଏଁ ବୁଝନ୍ତି ସ୍ନେହର ମୂଲ ।

ଗାଁ ସୁଖ କାହିିଁ ସହରେ ମିଳିବ

ଏଠି କାହିଁ ବା ପ୍ରକୃୃତି ରାଣୀ

ନଦୀ ନାଳ ପଠା କ୍ଷେତ ବାଡି ପଠା

ମନକୁ ଯେ ନେବ ଟାଣି।

ସହର ବଜାର ଲାଗେ ଅନ୍ଧାରୁଆ

ଚାରିଆଡେ ଧୂଳି ଧୂଆଁ

ସହରରେ ଖାଲି କଙ୍କ୍ର୍ରିଟ୍ ଜଙ୍ଗଲ

ସଭିଙ୍କ ମନରେ ନିଆଁଁ ।

ମମତା ମଞ୍ଜରୀ ଦାସ,କଟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy