STORYMIRROR

SARATA KUMAR DAS

Inspirational

3  

SARATA KUMAR DAS

Inspirational

ଆର୍ଯ୍ୟଭୂଇଁ

ଆର୍ଯ୍ୟଭୂଇଁ

1 min
13.6K



ସୁଜଳା ସୁଫଳା ଶସ୍ଯ ଶ୍ୟାମଳା

ଏଇ ଯେ ମୋ ଆର୍ଯ୍ୟଭୂଇଁ ,

ହିମାଚଳ ଠାରୁ କନ୍ୟା କୁମାରୀ

ଶୁଭେ ଜୈତ୍ର ଗୀତି

କୁଳୁକୁଳୁ ଗାଏ ନଈ ।।


କାନନ କେଦାର ପୁଷ୍ପେ ବିମଣ୍ଡିତା

ଏଇ ଯେ ମୋ ଦେବଭୂଇଁ ,

ନଦ ନଦୀ ଘେରା ଚିର ସୁଶୋଭିତା

ଚାରୁ ହାସିନୀ ମା'

ରତ୍ନଗର୍ଭା ପୁଣ୍ୟମୟୀ ।।


ଝରଣା ର ସ୍ବରେ ମଧୁର ସଂଗୀତ

ମଳୟ ମୂର୍ଚ୍ଛନା ତୋଳେ,

ଚାରୁ ଭାଷିନୀ ମା' ବୀର ପ୍ରସବିନୀ

କ୍ଷମା ପ୍ରଦାୟିନୀ

ଶାନ୍ତି ର ପ୍ରଦୀପ ଜାଳେ ।।


ହିମାଳୟ ଯା'ର ମସ୍ତକେ ଶୋଭିତା

ସିନ୍ଧୁ ଯା' ଚରଣ ଛୁଏଁ ,

ବିଶ୍ବ ବନ୍ଦିତା ମାଟି ମାଆ ମୋର

ପବିତ୍ର କାରିଣୀ

ପୁଣ୍ୟ ର ପରଶ ଦିଏ ।।


ଗଗନେ ପବନେ ଶୀତଳ ଚନ୍ଦନ

ବେଦର ଓଁ କାର ଝରେ ,

ସନ୍ଧ୍ୟା ର ଆଳତି ମଙ୍ଗଳ ମୂରତି

ମଙ୍ଗଳରେ ଭରା

ପାର୍ବଣ ର ମଧୁ ଝରେ ।।


ବିଶ୍ବ ସଂସ୍କୃତି ର ଆଧାର ମୋ ମାଟି

ଗର୍ବ ଗୌରବ ମଣ୍ଡିତା ,

ବିଶ୍ବ ଭାତୃତ୍ବ ର ସ୍ନିଗ୍ଧ ଶିହରଣେ

ଗୁଂଜରିତ ଧରା

ହୃଦୟ ଯା' ସ୍ନେହସିକ୍ତା ।।


ଉଦାରବାଦର ବୈଜୟନ୍ତୀ ଉଡେ

ଜୀବେ ଦୟା ପରଂ ଧର୍ମ,

ତ୍ୟାଗ ବଳିଦାନ ପୁଣ୍ୟ ଅବଦାନ

ବ୍ୟାପିଛି ଧରାକୁ

ଭେଦିଛି କେତେ ଯେ ମର୍ମ ।।


ସହିଷ୍ଣୁତା ଯା'ର ସିନ୍ଥିରେ ସିନ୍ଦୂର

ଅହିଂସା ପାଦ ନୁପୂର ,

ସତ୍ୟ ଶାନ୍ତି ଯା'ର କଟିର ମେଖଳା

କରରେ ତ୍ରିଶୂଳ

ଓଠରେ ପୀୟୂଷ ଧାର ।।

ଜୈନ ମହାବୀର ଗଉତମ ବୁଦ୍ଧ

କେତେ ଯେ ମନିଷୀଗଣ,

ସମ୍ରାଟ ଅଶୋକ ଆଦି କେତେ ବୀର

ଧନ୍ୟ କଲେ ମାଟି

ରଖିଛନ୍ତି ସ୍ବାଭିମାନ ।।


ଏଇ ମୋ ଭକ୍ତି ଏଇ ମୋ ମୁକ୍ତି ଉସ୍ଛ

ମନ୍ତ୍ରଝରା ପୂଜାଫୁଲ ,

ଚିର ପୂଜନୀୟା ଚିର ବନ୍ଦନୀୟା

ହିରଣ୍ମୟୀ ମାତା

ବିଭୂଷିତା ଶତଦଳ ।।

----'-----------

ଶରତ କୁମାର ଦାସ

ବଡବିଲ ମହାବିଦ୍ୟାଳୟ,ବଡବିଲ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational