STORYMIRROR

Bijaya Ketan Sahu

Inspirational

3  

Bijaya Ketan Sahu

Inspirational

ଆର୍ଯ୍ୟ ନାରୀ

ଆର୍ଯ୍ୟ ନାରୀ

1 min
13.3K


ଆର୍ଯ୍ୟ ନାରୀ

*********

ରଚନା- ବିଜୟ କେତନ ସାହୁ

*********************

ନୟନେ ଦୀପ୍ତି, ଜ୍ୟୋତିର୍ମୟୀ ସେ

    ତୃପ୍ତି ପରାଣେ ପ୍ରୀତି ଶୋଭିତ

ମମତା-ସିକ୍ତ ଅମୃତ ଧାରା

   ଆର୍ଯ୍ୟ ଭାରତ-ନାରୀ ଚରିତ

ଓଠେ ଅଙ୍କିତ ଚାନ୍ଦିନୀ ଶୋଭା

   ହୃଦୟେ ସ୍ପନ୍ଦିତ ଭକ୍ତି ପ୍ରେମ

ହସ୍ତ ପଲ୍ଲବେ ସୁଧା ପୁଲକ

  ପରଶେ ଫୁଟେ ସ୍ନେହ କୁସୁମ (୨)

ମୁଦୁ ହାସିନୀ ମଧୁ ଭାଷିନୀ

   ଚଳନୀ ସ୍ଵର୍ଗୀୟା ଅନୁପମା

କର୍ମେ ଚଞ୍ଚଳା, ଜ୍ଞାନେ ସାରଳା

  ଅଭୟ ପ୍ରଦା ସେ ଦୁର୍ଗା ସମା।(୩)

ବାଳାର୍କ ଯେହ୍ନେ ସିନ୍ଦୂର ବିନ୍ଦୁ

     ଲଲାଟ ଦେଶେ ବିଦ୍ୟମାନ

ପାଦେ ନୂପୁର ଝଂକୃତ ସୁର

   ହସ୍ତେ କଙ୍କଣ ଶୋଭାମାନ (୪)

ହରିଦ୍ରା ତନୁ ବଲ୍ଲରୀ କାନ୍ତି

    ନିନ୍ଦିତ ନଭେ ଚନ୍ଦ୍ରମା ଶୋଭା

ପଦ୍ମ ଗନ୍ଧା ସେ ପ୍ରଣୟ ମୁଗ୍ଧା

    ଢାଳୁଥାଏ ପ୍ରୀତି ଜ୍ୟୋସ୍ନା ଆଭା।(୫)

     

ଆରକ୍ତ ଅଧରେ ଲାସ୍ୟ ହାସ୍ୟ,

     କୁଞ୍ଚିତ କେଶେ ଗଭା ବିନ୍ୟାସ

ଆଲକ୍ତା ପାଦ ଶୋଭା ସୁଠାମ

       ଅବଗୁଣ୍ଠନେ ସଜ୍ଜିତ ବେଶ।(୬)

ରୂପମୟୀ ସେ, ଗୁଣମୟୀ ସେ

    ମହୀ ମଣ୍ଡଳେ ଅତୁଳନୀୟା

ପୁରୁଷ ନିମନ୍ତେ ଏକାଧାରେ

ସେ ମାତା, ଭଗ୍ନୀ, ଦୁହିତା, ଜାୟା। (୭)

ସଂସାରର ଏଇ ଚଲା ପଥେ

  ପୁରୁଷ ହୋଇଲେ ପଥ ହରା,

ଅମୃତ ପଥେ ବାହି ନିଏ ସେ,

    ନାରୀ ସାଜେ ତହିଁ ଧ୍ରୁବତାରା (୮)

ଲଜ୍ୟା ଭୂଷଣେ ଆର୍ଯ୍ୟ ରମଣୀ

     ପତି-ନାରାୟଣ ସେବାମତି

ସତୀ-ନାରୀ ସେ ଲକ୍ଷ୍ମୀ ସ୍ବରୂପା

     ସଂସାର ଯା'ରେ କରେ ପ୍ରଣତୀ।(୯)

ଭାରତର ଏହି ଆର୍ଯ୍ୟ ନୀତି

   ଯତ୍ର ହୁଅଇ ନାରୀ ପୂଜିତା

ତତ୍ର ଅଳକାପୁରୀର ବୈଭବ

     ବିରାଜିତ ଯେ ସର୍ବ ଦେବତା। (୧୦)

*************

(ଏହି କବିତାର ପ୍ରତ୍ୟକ ଧାଡିର ଅକ୍ଷର ସଂଖ୍ୟା ୧୦, ଓ କବିତା ମଧ୍ୟ ୧୦ ଟି ପଦରେ ମୁଁ ଶେଷ କରିଛି। କାରଣ ନାରୀ ଜାତିର ପ୍ରତୀକ ମା ଦୁର୍ଗା ୧୦ ଭୂଜା ବିଶିିିଷ୍ଠା ଯାହାକି ନାରୀର ଦଶ ଗୁଣାବଳୀକୁ ଦର୍ଶାଏ).

ବିଜୟ କେତନ ସାହୁ


Rate this content
Log in

Similar oriya poem from Inspirational