STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

ଆର୍ତ୍ତନାଦ କରେ ବିଚ୍ଛିନ୍ନାଚଳ

ଆର୍ତ୍ତନାଦ କରେ ବିଚ୍ଛିନ୍ନାଚଳ

1 min
220


ମାଆ ମାଆ ବୋଲି କେତେ ମୁଁ ଡାକୁଛି

ମାଆ ଭି ଶୁଣିଲେ ନାହିଁ

ଭାଇ ଭାଇ ମୁହିଁ ନିତ୍ୟେ ଡାକୁଅଛି

ଭାଇ ଭି ଶୁଣନ୍ତି ନାହିଁ।୧।

ଆର୍ତ୍ତନାଦ କରେ ବିଚ୍ଛିନ୍ନାଚଳ ମୋ

ଭାଷା ବିହୁନ ସେ ହୋଇ

ରକ୍ଷାର ନିମନ୍ତେ କେହି ନ ଆସନ୍ତି  

ଅଭାଗା ଓଡ଼ିଆ ଭାଇ।୨।            

ନିତ୍ୟେ ମୁଁ ଖୋଜୁଛି ଓଡ଼ିଆ ଭାଇଙ୍କୁ

ସଂଗଠିତ ହେବା ପାଇଁ

ଗ୍ରହଣ କରିଣ ଏକତ୍ରିତ ମନ୍ତ୍ର

ଜୀବନ ସାର୍ଥକ ପାଇଁ।୩।

ପବିତ୍ର ମାଟିକୁ ଆଲିଙ୍ଗନ କରି

ତା ଧୂଳି ଲେପ ବଦନେ

ଓଡ଼ିଆ ପୁତ୍ର ସେ ଜଗତ ଠାକୁର

ଲେପିବେ ଭାଷା ଚନ୍ଦନେ।୪।

ଆମ ପରି ଏଠି ଧନ ମାନ ହୀନ

ପୁତ୍ରଙ୍କୁ ଦେଲଟି ଜନ୍ମ

ଚେଷ୍ଟା କଲେ ମଧ୍ୟ ସମ୍ପୂର୍ଣ୍ଣ ବିକାଶ

ଦିଶୁ ନାହିଁ ଜନମନ।୫।

ଭାଷାର ପ୍ରଦୀପ ଜାଳିଦିଅ ପ୍ରଭୁ

ଆଦର ହେଉ ଭାଷାର

ମାତୃଭାଷା ଶିକ୍ଷା ଓଡ଼ିଆ ହେଉ ମୋ

ଉନ୍ନତି ହେଉ ଭାଷାର।୬।

ଭାଷା ପ୍ରେମ ବହ୍ନି ପ୍ରଜ୍ବଳିତ କର

ଜଗତ ଠାକୁର ତୁମେ

ବିଚ୍ଛିନ୍ନାଚଳ ମୋ ହସି ଉଠୁ ଥରେ

ଦୟା କର ପ୍ରଭୁ ତୁମେ।୭।

ମାଆ ମାଆ ବୋଲି କେତେ ମୁଁ ଡାକୁଛି

ମାଆ ଭି ଶୁଣିଲେ ନାହିଁ

ଭାଇ ଭାଇ ମୁହିଁ ନିତ୍ୟେ ଡାକୁଅଛି

ଭାଇ ଭି ଶୁଣନ୍ତି ନାହିଁ।୮।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy