ଆର୍ତ୍ତଚିତ୍କାର
ଆର୍ତ୍ତଚିତ୍କାର
ଲକ୍ ଡାଉନ ପରେ
ଲକ୍ ଡାଉନ
ହନ୍ତ ସନ୍ତ ଛଟପଟ
ଜୀବନ..... ବ୍ୟସ୍ତ
ମାନସିକ ଦୁଶ୍ଚିନ୍ତା
ଉବୁଟୁବୁ....
କେତେ ଦିନ ଅପେକ୍ଷା
ସରି ସରି ଆସୁଥିବା
ସ୍ୱଳ୍ପ ସଞ୍ଚିତ ଅର୍ଥ
ଆଉ ସେଥିରେ
କରୋନାର ପ୍ରାଦୁର୍ଭାବ
ଖୁବ୍ ଅସହ୍ଯ
ରୁଦ୍ଧି ଦେଉଛି ନିଶ୍ଵାସ
କଳାପାଣିର
ନିର୍ବାସନ ଦଣ୍ଡ ଠାରୁ
ଆହୁରି ଉତ୍କଟ ଯନ୍ତ୍ରଣା
ଘରର ଚାରିକାନ୍ଥ
ଦିନ ଦିନର ନିୟମ
କାଇଦା କଟକଣା
ମାନସିକ ଚାପ
ଓଃ.............
କି କଷ୍ଟ.........
କି ଦୁଃଖ...... I
