ଆପଣା ହସ୍ତେ ଜିହ୍ୱା ଛେଦି
ଆପଣା ହସ୍ତେ ଜିହ୍ୱା ଛେଦି
ହିନ୍ଦୁ ପରମ୍ପରା ରକ୍ଷଣ ଶିଳତା
ସବୁ ଏବେ ଡୁବି ଗଲା
ହାତ ମାଛ ଭାଇ ଚିଲଟିକୁ ଦେଇ
କାହିଁ ଦରାଣ୍ଡୁଛ ଭଲା
ଏବେ,ସବୁ ହୁଏ ଖୁଲମ ଖୁଲା
ଅଢେଇ ଦିନକୁ ମିଡିଆରେ ଘାଣ୍ଟି
କାହିଁ ଲଗାଉଛ ପାଲା.।।
ହିନ୍ଦୁ ଘର ବୋହୂ ମୁହଁରେ ଓଢଣୀ
ଦେଖିବା ସାତ ସପନ
ସେ ଦିନ କଥାଟି ଆଉ ଚଳେନିଟି
ସଭିଏଁ ପରା ସମାନ
ଏତ,ଆଧୁନିକ ଯୁଗ ବାଣ
ସ୍ୱାଧୀନତା ତାର ଦିଏ ସରକାର
କାହିଁକି ହେବରେ ନ୍ୟୁନ.।।
ଟିଭି ସିରିଏଲେ ସିନେମା ପର୍ଦ୍ଦାରେ
ଯାହା ତୁମେ ଶିକ୍ଷା ଦେଲ
ତୁମ ପାଇଁ ଏବେ ମହଙ୍ଗା ପଡୁଛି
କାହିଁ ହୁଅ କଲ ବଲ
ଅଭି,ନେତା ଅଭିନେତ୍ରୀ ପଲ
ବିବାହ ପୂର୍ବରୁ ଲିଭ ଟୁଗେଦର
କେଉଁ ନିୟମ ଶାସ୍ତ୍ରର .।।
ବାହା ନ ହୋଇକି ରହିଲ ଏକାଠି
ହେଲାନି ଅଶୁଦ୍ଧ ବେଦ
ବାହା ହେଲା ପରେ ଆଉ କା ସାଥିରେ
ରହିଲେ ଗଲା ଇଜ୍ଜତ
ଆଉ, କୋଉଠି ଅଛି ମହତ
ସମୁଦ୍ରେ ପକେଇ ନଈରେ ଖୋଜଇ
ପାଉ ନାହିଁ ତାଙ୍କ ହାତ.।।
ନାଆଁ କମେଇବା ବଡଲୋକି ହେବା
ନିଶାରେ ତ ମସଗୁଲ
ଇଜ୍ଜତ ସିଆଡେ କାନ୍ଦେ ବାରିଆଡେ
କଇଁ କଇଁ ଶୁଭେ ସ୍ଵର
ତାକୁ ଶୁଣିଲେ ଜନତା ପଲ
ହୋ ହଲ୍ଲା କଲେ ସବୁ ମିଡିଆରେ
ହେଲେ, ଫରକ ପଡୁନି ତାର.।।
