STORYMIRROR

Jayashree Maharana

Abstract

2  

Jayashree Maharana

Abstract

ଆଞ୍ଜୁଳାଏ ପ୍ରୀତି

ଆଞ୍ଜୁଳାଏ ପ୍ରୀତି

1 min
3.1K

ଆଞ୍ଜୁଳାଏ ପ୍ରୀତି ମାଗିଥିଲି ସାଥି

  ଭରିଦେଲୁ ଖାଲି ସ୍ମୃତି

କୋହଭରା ଛାତି ସମ୍ପର୍କର ଇତି

  କାରଣଟା ଖୋଜେ ନିତି।


ମିଛ ପ୍ରତିଶୃତି ସ୍ୱପ୍ନ ଭରା ରାତି

  ଆବେଗର ମଧୁ ଗୀତି

ଉପହାସ ଶାସ୍ତି ସହେ ମଥାପାତି

  ପାରିଲିନି ବୋଲି ଜିତି ।


ଭିଡ଼ କୋଳାହଳ ଲାଗୁନାହିଁ ଭଲ

   ନିରିଜନ ପଥେ ବୁଲି

ବିତିଥିବା ବେଳ ବାଲିଘର ଖେଳ

   ସାଉଁଟୁଛି ଲୁହ ଢାଳି ।


ବେଦରଦୀ ପ୍ରିୟା ଜଳାଇଲୁ ନିଆଁ

   ପ୍ରେମିକ ମୁଁ ଦେଲୁ ବିଷ

ମନ ତଳେ କିଆଁ ଛଳନାର ଧୂଆଁ

   ଭରିଦେଲା ଅବଶୋଷ ।


କିଛି ଦିନ ପାଇଁ  ନିଜର ତୁ ହୋଇ

   ଦେଇଥିଲୁ ଯେଉଁ ଖୁସି

ହୃଦୟକୁ ଡେଇଁ ଚାଲିଗଲୁ କାହିଁ

   ପାରୁନାହିଁ ଆଜି ହସି ।


ଜୀବନରେ ଆସି ମିଠା କଥା ଭାଷି

   ପ୍ରୀତି ସର ଦେଲୁ ପେଷି

ବିନା ଦୋଷେ ଦୋଷୀ ପାଉଛି ମୁଁ ଫାଶୀ

   ସାଜି ତୁହି ପରଦେଶୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract