STORYMIRROR

Minakshi Samal

Abstract

2  

Minakshi Samal

Abstract

*** ଆନ୍ତର୍ଜାତୀୟ ମହିଳା ଦିବସ ***

*** ଆନ୍ତର୍ଜାତୀୟ ମହିଳା ଦିବସ ***

1 min
198

ଆନ୍ତର୍ଜାତୀୟ ମହିଳା ଦିବସ 

       ଆସୁଅଛି ଯେ ଆଗକୁ

କେତେ ସଭା ଆୟୋଜନ କରାଯିବ

       ଭାଷଣ ଯେତେ ଯାହାକୁ

ନେତା,ନାରୀ ନେତ୍ରୀଙ୍କର ବକ୍ତୃତାରେ

       ପ୍ରକମ୍ପିତ ହେବ ଧରା

ଧରଣୀରେ ନାରୀ ଜାତିର ମହତ୍ତ୍ଵର

       ବଜାହେବ ଡେଙ୍ଗୁରା

ନାରୀ ଯେ ଜନନୀ,ଭଗିନୀ ଓ ଜାୟା

       କନ୍ୟା,ବାନ୍ଧବୀର ରୂପେ

ସୃଷ୍ଟିକରେ ପୁଣି ପୋଷଣ ବି କରେ

       ଧ୍ବଂସକରେ କାଳୀ ରୂପେ

ଏହିଭଳି ନାନା ଶବ୍ଦ ଅଳଙ୍କାରେ

       ମଣ୍ଡିବେ ନାରୀ ଜାତିକୁ 

ରାତି ପାହୁପାହୁ ପାଶୋରି ବି ଯିବେ

          କହିଥିବା ଉକ୍ତିଟିକୁ

କେତେ କେତେ ନାରୀ ବଳି ପଡିଲେଣି

        ଏକ ପରେ ଏକ ହୋଇ

ନ୍ୟାୟପାଳିକାର ମୁଖବନ୍ଦ ଆଜି

        ନିଶବ୍ଦେ ଯାଇଛି ଶୋଇ

କୂଟବୁଦ୍ଧି ବଳେ (ଅ)ଜ୍ଞାନ କୌଶଳେ

          କଳାକୁ ଧଳା କରିବେ

ଛଳର ପ୍ରୟୋଗ,ମିଥ୍ୟା ସାକ୍ଷ୍ୟ ସହ

          ନ୍ୟାୟର ଗଳା ଟିପିବେ

ଗୁମୁରି କାନ୍ଦନ୍ତି ଅତୃପ୍ତ ଆତ୍ମା ଯେ

           ନପାଇକି ଏଠି ନ୍ୟାୟ

ଐଶ୍ୱରୀୟ ଶକ୍ତି ଯଦି ପାଇଯାନ୍ତେ

          ଅସୁରେ କରନ୍ତେ କ୍ଷୟ

ଅସମ୍ଭବ ଏହା ସମ୍ଭବ ନୋହିବ

          ଦିବାସ୍ବପ୍ନ ପ୍ରାୟ ଲାଗେ

ଜନ ଜାଗରଣ,ନାରୀର ସମ୍ମାନ

          ଫେରି ଆସିବ କି ଭବେ

 ହେ ଜନମାନସ କର ଶୁଦ୍ଧ ଚିତ୍ତ

         ସଂଯମ ସ୍ବୟଂ ଆଚର 

 ନରରୂପଧାରୀ ଅସୁର ମାନଙ୍କୁ

         ସମୂଳେ ବିନାଶ କର     

     



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract